ରାଜ୍ୟରେ ଚହଳ ସୃଷ୍ଟି କରିଥିବା ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ ଧରଣର ଆକ୍ସନ ନେଇଛି। ଓଡ଼ିଶା ପୋଲିସ୍ ସବ୍-ଇନ୍ସପେକ୍ଟର ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ରାଜ୍ୟର ୯ଟି ଭିନ୍ନ ଭିନ୍ନ ସ୍ଥାନରେ ଏକାସଙ୍ଗରେ ଚଢ଼ଉ କରିଛି। ଏହି ମାମଲାରେ ହୋଇଥିବା କୋଟି କୋଟି ଟଙ୍କାର ସନ୍ଦେହଜନକ ଆର୍ଥିକ କାରବାର ଏବଂ ମନି ଟ୍ରେଲ୍ର ତଥ୍ୟ ପାଇବା ପାଇଁ ଏହି ବିଶାଳ ପଦକ୍ଷେପ ନିଆଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଦଲାଲ ମୁନା ମହାନ୍ତି, ପଞ୍ଚସଖା କମ୍ପାନୀର ଶଙ୍କର ପୃଷ୍ଟି ଏବଂ ସିଲିକନ୍ ଟେକର ସୁରେଶ ନାୟକଙ୍କ ଘର ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହି ରେଡ୍ ଚାଲିଛି। ଏହି ଦୁର୍ନୀତିରେ କୋଟି କୋଟି ଟଙ୍କାର ବେଆଇନ ଆର୍ଥିକ କାରବାର ହୋଇଥିବା ସାମ୍ନାକୁ ଆସିବା ପରେ ଇଡି ନିଜ ଆଡ଼ୁ ତଦନ୍ତ ପ୍ରକ୍ରିୟାକୁ କଡ଼ାକଡ଼ି କରିଛି। ଉଲ୍ଲେଖଯୋଗ୍ୟ ଯେ, ଏହି ସମ୍ବେଦନଶୀଳ ମାମଲାରେ ସିବିଆଇ ପୂର୍ବରୁ ବିସ୍ତୃତ ତଦନ୍ତ କରିସାରିଛି ଏବଂ ଏକାଧିକ ଅଭିଯୁକ୍ତଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଛି। ସିବିଆଇ ଚାର୍ଜସିଟ୍ ସହିତ ଆର୍ଥିକ ହେରଫେରର ପ୍ରମାଣ ମିଳିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହି ପଦକ୍ଷେପ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଅସୁବିଧା ଆହୁରି ବଢ଼ାଇ ଦେଇଛି। Post navigation Captain Smit Machchhar to Receive Israel’s Top Civilian Bravery Award Student Union Elections: ଛାତ୍ର ସଂସଦ ନିର୍ବାଚନ: ଆଜି କ୍ୟାମ୍ପସରେ ନାମାଙ୍କନ ଦାଖଲ