ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ତଥା ମମତା ସରକାରଙ୍କ ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ପୁରୀରୁ ଗିରଫ କରିଛି ଏସଟିଏଫ। ନିର୍ବାଚନ ବେଳେ ବିଜେପି କର୍ମୀଙ୍କୁ ଧମକ ଦେବା ମାମଲା ପୁରୀର ଏକ ହୋଟେଲରୁ ଟିଏମସି ବିଧାୟକ ଦିଲ୍ଲୀପ ମଣ୍ଡଳଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ପଶ୍ଚିମବଙ୍ଗ ନେଇଛି STF। ମଣ୍ଡଳ କିଛି ସପ୍ତାହ ଧରି ଫେରାର ଥିବା ବେଳେ ଆଜି ପୁରୀର ଏକ ହୋଟେଲରୁ ତାଙ୍କୁ ଗିରଫ କରାଯାଇଛି ।

ମମତା ବାନାର୍ଜୀ ସରକାରରେ ପରିବହନ ମନ୍ତ୍ରୀ ଥିଲେ ଦିଲ୍ଲୀପ । କିଛି ଦିନ ତଳେ ତାଙ୍କ ପୁଅ ଅର୍ଘ୍ୟ ମଣ୍ଡଳଙ୍କୁ ବି ବାନ୍ଧିଛି ପୋଲିସ୍ ।

 

Leave a Reply

Your email address will not be published. Required fields are marked *