କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ତଥା ଜାତୀୟ କ୍ରିଡା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସ ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର କୃତୀ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଓଡ଼ିଶା ପୋଲିସର ଏହି କ୍ରୀଡ଼ାବିତମାନେ ଜାତୀୟ ସ୍ତରର କାୟାକିଂ ଓ କାନୋଇଂ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାଜ୍ୟ ତଥା ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି । ଡିଜିପି ମିଶ୍ର କ୍ରୀଡ଼ାବିତମାନଙ୍କ ନିଷ୍ଠା, ପରିଶ୍ରମ ଓ ଉତ୍କର୍ଷର ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପୋଲିସର ସୁନାମ ବଢ଼ାଇବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୮ରୁ ୯ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ହୋଇଥିବା ହୋଇଥିବା ASMITA ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍ ୨୦୨୬ ରେ ଓଡ଼ିଶା ପୋଲିସ କ୍ରୀଡ଼ାବିତମାନେ ବିଭିନ୍ନ ପ୍ରତିଯୋଗିତାରେ ୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୧ଟି ବ୍ରୋଞ୍ଜ ସହ ମୋଟ ୮ଟି ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପ୍ରତିଯୋଗିତାରେ WC/1366 ରଶ୍ମିତା ସାହୁ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ ସିଙ୍ଗଲ୍ ୧୦୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୫୦୦ ମିଟର ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ । ସେହିପରି WC/349 ସଚିମା କେରକେଟା ମଧ୍ୟ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ-୪ର ୨୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୫୦୦ ମିଟର ଓ ୧୦୦୦ ମିଟରରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ । ଅନ୍ୟପକ୍ଷରେ WC/322 ଫୁଲମଣି ଖାଖା କାୟାକିଂ-୨ ୨୦୦ ମିଟରରେ ରୌପ୍ୟ ଏବଂ ସିଙ୍ଗଲ୍ ୧୦୦୦ ମିଟରରେ ବ୍ରୋଞ୍ଜ ପଦକ ହାସଲ କରି ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି। ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଓଡିଶା ପୋଲିସର କ୍ରୀଡା ଅଧିକାରୀ ନୀଳମାଧବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । Post navigation Hockey India Announces ₹50 Lakh Cash Prize for Indian Women’s Hockey Team Odisha DGP-IGP Conference: ଡିଜିପି-ଆଇଜିପି ସମ୍ମିଳନୀରେ ପୋଲିସ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ୧୦ ମାର୍ଗଦର୍ଶନ