୨୦୦୮ ମସିହାର ବହୁଚର୍ଚ୍ଚିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାରେ ମାଓବାଦୀ ନେତା ଆଜାଦ୍‌ ଆଜାଦ୍ ଓରଫ ଡି. କେଶବ ରାଓଙ୍କୁ ଦୋଷମୁକ୍ତ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡିରେ ଗଠିତ ସ୍ବତନ୍ତ୍ର ଅଦାଲତ ଦୋଷମୁକ୍ତ କରିବା ପରେ ଝାରପଡ଼ା ଜେଲ୍‌ରୁ ମୁକୁଳିଛନ୍ତି ଆଜାଦ୍ ।

୨୦୦୮ ଅଗଷ୍ଟ ୨୩ ତାରିଖରେ ଜଲେସପଟା ଆଶ୍ରମରେ ହୋଇଥିବା ଏହି ଆକ୍ରମଣ ଓ ହତ୍ୟାକାଣ୍ଡରେ ଆଜାଦ୍‌ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲେ ବୋଲି ସରକାରୀ ପକ୍ଷ ଆବଶ୍ୟକୀୟ ସନ୍ଦେହମୁକ୍ତ ପ୍ରମାଣ ଉପସ୍ଥାପନ କରିବାରେ ବିଫଳ ହୋଇଥିବା ଅଦାଲତ କହିଛନ୍ତି। ଏହି ଆଧାରରେ କୋର୍ଟ ତାଙ୍କୁ ସମସ୍ତ ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

୨୦୧୧ ମସିହାରୁ ଗିରଫ ହୋଇ ଜେଲରେ ଥିବା ରାଓଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରୁ ମୁକ୍ତ କରାଯାଇଛି।

 

Leave a Reply

Your email address will not be published. Required fields are marked *