ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟର ଜନସାଧାରଣଙ୍କ ସାମାଜିକ ସୁରକ୍ଷା ଏବଂ ସମ୍ମାନଜନକ ଜୀବନଧାରଣ ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ବାଲେଶ୍ଵର ଗ୍ରାଉଣ୍ଡରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ମଧୁବାବୁ ପେନସନ ଯୋଜନାର ଶୁଭାରମ୍ଭ କରିବେ। ଅକ୍ଟୋବର ମାସରୁ ସେମାନଙ୍କର ଭତ୍ତା ବଣ୍ଟନ ସହିତ ଏହି ନୂତନ ବ୍ୟବସ୍ଥାର ଶୁଭାରମ୍ଭ ହେବ।

ଏହି ଯୋଜନା ଅଧୀନରେ ରାଜ୍ୟର ୫,୦୫,୮୫୭ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବ । ଏଥି ସହିତ ଭତ୍ତା ପ୍ରଦାନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସୁଗମ କରିବା ପାଇଁ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ ର ମଧ୍ୟ ଶୁଭାରମ୍ଭ କରାଯିବ। ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ଯୋଗ୍ୟ ନାଗରିକମାନେ ଏବେ ଆଉ ବର୍ଷ ବର୍ଷ ଅପେକ୍ଷା ନକରି ଆବେଦନ ଅନୁମୋଦନ ହେବାର ପରବର୍ତ୍ତୀ ମାସରୁ ସିଧାସଳଖ ସେମାନଙ୍କର ପ୍ରାପ୍ୟ ପାଇପାରିବେ।

ଓଡ଼ିଶାର ଜନସାଧାରଣଙ୍କ ସାମାଜିକ ସୁରକ୍ଷା ଏବଂ ସମ୍ମାନଜନକ ଜୀବନଯାପନ ପାଇଁ ସରକାର ସର୍ବଦା ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ପେନସନ ପାଇବା ପାଇଁ ଆବେଦନକାରୀଙ୍କୁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡୁଥିବା ଅସୁବିଧାକୁ ଦୂର କରିବା ପାଇଁ ସରକାର ପ୍ରମୁଖ ପ୍ରଶାସନିକ ସଂସ୍କାର ଆଣିଛନ୍ତି। ଏହି ପଦକ୍ଷେପଗୁଡ଼ିକ ଦ୍ୱାରା ପେନସନ ବଣ୍ଟନ ବ୍ୟବସ୍ଥା ଅଧିକ ସ୍ୱଚ୍ଛ, ସରଳ ଏବଂ ସୁଗମ ହୋଇପାରିବ।

ପ୍ରକ୍ରିୟାକୁ ସହଜ କରାଯିବା ଯୋଗୁଁ ଅନୁମୋଦିତ ଆବେଦନକାରୀମାନେ ଆଉ ମାସ ମାସ କିମ୍ବା ବର୍ଷ ବର୍ଷ ଧରି ଅପେକ୍ଷା ନକରି ଆବେଦନ ଅନୁମୋଦନ ହେବାର ଠିକ୍ ପରବର୍ତ୍ତୀ ମାସରୁ ପେନସନ ପାଇପାରିବେ।

ଚଳିତ ରାଜ୍ୟ ବଜେଟ୍‌ରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ମଧୁବାବୁ ପେନସନ ଯୋଜନା ଅଧୀନରେ ଆଣିବା ପାଇଁ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଏହି ଘୋଷଣା ସେହି ପ୍ରତିଶ୍ରୁତିର ଏକ ବଡ଼ କାର୍ଯ୍ୟାନ୍ୱୟନ ଅଟେ। ଏହି ସମ୍ପ୍ରସାରଣ ଦ୍ୱାରା ଓଡ଼ିଶାର ଏକ ବିଶାଳ ଜନସାଧାରଣ ସାମାଜିକ ସୁରକ୍ଷା ପରିସରଭୁକ୍ତ ହୋଇପାରିବେ।

Leave a Reply

Your email address will not be published. Required fields are marked *