ରାଜ୍ୟରେ ଧୀରେ ଧୀରେ ଅନୁଭୂତ ହେଲାଣି ଶୀତର ପ୍ରଭାବ । ରାତିର ତାପମାତ୍ରା ହ୍ରାସ ପାଇବା ସହ ବିଭିନ୍ନ ଜିଲ୍ଲାରେ ଶୀତ ଅନୁଭୂତ ହେଉଛି । ଚଳିତ ବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ତାଲିକାରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସବୁଠାରୁ ଥଣ୍ଡା ସହର ଭାବେ ରହିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସେହିପରି ଦାରିଙ୍ଗବାଡ଼ି, ଭବାନୀପାଟଣା ଓ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ରହିଥିବା ବେଳେ ନବରଙ୍ଗପୁର ଓ ଝାରସୁଗୁଡ଼ାରେ ୧୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଝାରସୁଗୁଡ଼ାରେ ୧୪.୫ ଡିଗ୍ରୀ, ରାଉରକେଲାରେ ୧୫.୭ ଡିଗ୍ରୀ ଏବଂ ହୀରାକୁଦରେ ୧୬ ଡିଗ୍ରୀ ରହିଛି । ସେହିପରି ସମ୍ବଲପୁରରେ ୧୮ ଡିଗ୍ରୀ ଓ କେନ୍ଦୁଝରରେ ୧୬.୬ ଡିଗ୍ରୀ ସେଲସିୟସ୍ ରାତିର ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ରାତିର ସର୍ବନିମ୍ନ ତାପମାତ୍ରା ୧୮.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ ଆଗକୁ ଶୀତର ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି । Post navigation Odisha Cabinet Approves Unlimited OCS Exam Attempts: ଯେତେଥର ଚାହିଁବେ ଓସିଏସ ପରୀକ୍ଷା ଦେଇପାରିବେ