ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଏକ ବହୁତଳ ବିଶିଷ୍ଟ ଅତ୍ୟାଧୁନିକ ରାଜସ୍ୱ ଭବନ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ପ୍ରକଳ୍ପ ପାଇଁ ପ୍ରାୟ ୩୪୭.୮୬ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଏହା ରାଜସ୍ୱ ପ୍ରଶାସନକୁ ଅଧିକ ଗତିଶୀଳ ଓ ସୁଗମ କରିବ ବୋଲି ଆଶା କରାଯାଉଛି।

​ନିର୍ମାଣ ହେବାକୁ ଥିବା ଏହି ନୂତନ ଭବନଟି ୯ ମହଲା ବିଶିଷ୍ଟ ହେବ। ଏଥିରେ ସମସ୍ତ ଆଧୁନିକ ସୁବିଧା ଓ ବ୍ୟବସ୍ଥା ରଖାଯିବା ସହିତ ୯ ମହଲା ତଳେ ଗୋଟିଏ ଗ୍ରାଉଣ୍ଡଫ୍ଲୋର ଓ ୨ଟି ବେସମେଣ୍ଟ ରହିବାର ବ୍ୟବସ୍ଥା କରାଯାଇଛି।

ଏହି ଭବନରେ ଗୋଟିଏ ସ୍ଥାନରେ ରାଜସ୍ୱ ବିଭାଗର ସମସ୍ତ ପ୍ରଶାସନିକ ବ୍ୟବସ୍ଥା ରହିବା ଦ୍ୱାରା ଏହା ମାଧ୍ୟମରେ ରାଜସ୍ୱ ବ୍ୟବସ୍ଥାର ସୁପରିଚାଳନା ଏବଂ ରାଜସ୍ୱ ଆଦାୟ ପ୍ରକ୍ରିୟା ସହଜ ଓ ସୁବ୍ୟବସ୍ଥିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଶାବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *