ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଓଡ଼ିଶାର ସମୁଦ୍ର କୂଳରେ ‘ଭିଡିଓ କ୍ୟାମେରା-ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା’ ସ୍ଥାପନ କରାଯିବ। ଏହା ସହିତ ରାଜ୍ୟରେ ଜାତୀୟ ମହାସାଗର ସୂଚନା କେନ୍ଦ୍ର ବା Indian National Centre for Ocean Information Services (ଇନ୍କୋଇସ୍) ର ଏକ ଆଞ୍ଚଳିକ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଅତ୍ୟାଧୁନିକ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ ପାଣିପାଗ ସମ୍ପର୍କିତ ସଠିକ୍ ଓ ସମୟୋପଯୋଗୀ ତଥ୍ୟ ମିଳିବା ସହିତ ସାମୁଦ୍ରିକ ବିପର୍ଯ୍ୟୟର ପୂର୍ବାନୁମାନ ଏବଂ ପୂର୍ବସଂକେତ ପ୍ରଦାନ କରିବା ଆହୁରି ସହଜ ହେବ। ବିଶେଷ କରି ଉପକୂଳବର୍ତ୍ତୀ ଜନସାଧାରଣ ଓ ମତ୍ସ୍ୟଜୀବୀଙ୍କ ସୁରକ୍ଷା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ସାମୁଦ୍ରିକ ଗବେଷଣା କ୍ଷେତ୍ରକୁ ମଧ୍ୟ ନୂଆ ଗତି ଦେବ। ଏହି ପ୍ରକଳ୍ପକୁ ଆଗେଇ ନେବା ପାଇଁ ଖୁବ୍ ଶୀଘ୍ର ଭାରତ ସରକାରଙ୍କ ପୃଥ୍ୱୀ ବିଜ୍ଞାନ ମନ୍ତ୍ରାଳୟ ଅଧୀନସ୍ଥ Indian National Centre for Ocean Information Services (ଇନ୍କୋଇସ୍) ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିପତ୍ର ସ୍ୱାକ୍ଷର ହେବ। Post navigation Yuzvendra Chahal Joins BJP: ବିଜେପିରେ ସାମିଲ ହେଲେ କ୍ରିକେଟର ୟୁଜବେନ୍ଦ୍ର ଚହଲ