ଏସ୍‌ସି ଏସ୍‌ଟିଙ୍କ ଉପରେ ଅତ୍ୟାଚାର ଓ ନାରୀ ନିର୍ଯାତନା ଅଭିଯୋଗ ଆଣି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଓଡ଼ିଆ ଅସ୍ମିତା କୁଆଡ଼େ ଗଲା କହି ନାରାବାଜି କଲେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଛି। ଯୁବ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରାଉ ବେଳେ ଅଣ୍ଡା, ଟମାଟୋ ମାଡ଼ ଅଭିଯୋଗ ହୋଇଛି। ଶହ ଶହ କଂଗ୍ରେସ କର୍ମୀ ଓ ନେତା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତିର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ ।

କଂଗ୍ରେସ ଅଭିଯୋଗ କରିଛି ଯେ ରାଜ୍ୟରେ ନାରୀମାନଙ୍କ ଉପରେ ନିର୍ଯାତନା ବଢିଚାଲିଥିବାବେଳେ ସରକାର ନିରବଦ୍ରଷ୍ଟା ପାଲଟିଛନ୍ତି। ଦଳିତଙ୍କୁ ମାଡ ମରାଯାଉଛି, ତାଙ୍କୁ ଲଣ୍ଡା କରାଯାଇ ରାଜରାସ୍ତାରେ ଚଲାଉଛନ୍ତି। ରାଜ୍ୟରେ ଗଣତନ୍ତ୍ର ଅଛି କି ନାହିଁ ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ। ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତାପ ଦିଅନ୍ତୁ, ନଚେତ ଆଗାମୀ ଦିନରେ ବିରୋଧକୁ ଅଧିକ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ।

Leave a Reply

Your email address will not be published. Required fields are marked *