ଝାଡ଼ଖଣ୍ଡରେ ଦେଖାଦେଇଛି ରାଜନୈତିକ ଉଷ୍ଣତା। ଜମି ଦୁର୍ନୀତି ମାମଲାରେ ଜାମିନରେ ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଇସ୍ତଫା ଦେଇଛନ୍ତି। ଫଳରେ ହେମନ୍ତ ମୁଖ୍ୟମନ୍ତ୍ରୀ ହେବାର ବାଟ ଫିଟିଯାଇଛି।

ଚମ୍ପାଇ ସୋରେନ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ ସରକାର ଗଠନ ପାଇଁ ଦାବି କରିଛନ୍ତି।

ପୂର୍ବରୁ ଚମ୍ପାଇ ସୋରେନଙ୍କ ଘରେ ଏ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତୃତ୍ୱାଧୀନ ବିଧାନସଭା ଦଳର ବୈଠକରେ ହେମନ୍ତ ସୋରେନ ପୁଣି ଥରେ ରାଜ୍ୟର ଦାୟିତ୍ବ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା।

Leave a Reply

Your email address will not be published. Required fields are marked *