ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଡୁଙ୍ଗୁରିପାଲି ବ୍ଲକ ଗଣିଆ ଗାଁ ନିକଟରେ ଗାଡ଼ିମୋଟର ଯାଞ୍ଚବେଳେ ଏକ ସ୍କର୍ପିଓରୁ ୩ ଲକ୍ଷ ୪୦ ହଜାର ଟଙ୍କା ମିଳିଛି । ଆହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଏହି ୨ ଜଣ ହେଲେ ବିନିକା ଥାନା ସେଲେଡି ଗାଁର କୁକୁଡ଼ା ବ୍ୟବସାୟୀ କୁବେର ପେରା ଓ ବିନିକାର ଦଖିଲ କର।

ସୂଚନା ଅନୁଯାୟୀ , ଦାମୀ ଗାଡ଼ିରୁ ମିଳୁଛି ପୁଳା ପୁଳା ନୋଟ୍। କଳାରଙ୍ଗର ସ୍କର୍ପିଓରୁ ଏହି ଟଙ୍କାକୁ ପୋଲିସ ଜବତ କରିଛି। ତେବେ ଏହି ଜବତ ଟଙ୍କା ସଂପର୍କରେ ସଠିକ୍ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ପୋଲିସ ଦୁଇ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି। ଗତମାସ ୬ ତାରିଖରେ ମଧ୍ୟ ଜିଲ୍ଲାର ବିନିକା କଲେଜ ଛକରେ ପୋଲିସର ନାକାବନ୍ଦୀବେଳେ ଏକ ଇନୋଭା କାରରୁ ମିଳିଥିଲା ୫୫ ଲକ୍ଷ ୨୦ ହଜାର ଟଙ୍କା।

By SonaliP

Leave a Reply

Your email address will not be published. Required fields are marked *