ଭୁବନେଶ୍ୱର : 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଔକାତ୍‌, ଦମ୍‌ ପରି ଶଦ୍ଦର ବ୍ୟବହାର ଓ ତାଙ୍କର ଯୋଗ୍ୟତା ଉପରେ ପ୍ରଶ୍ନ କରିବା ଠିକ୍‌ ନୁହେଁ। ପୂର୍ବତନ ଆଇଏଏସ୍ ଅଧିକାରୀ ପାଣ୍ଡିଆନ ବାବୁଙ୍କୁ ଏହା ଶୋଭା ପାଉନି। ତାଙ୍କର ଜାଣିବା ଉଚିତ୍ ରାଜନୀତିରେ ବି ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର କରାଯାଏ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ବି ସେ ନକରାତ୍ମକ ଟିପ୍ପଣୀ ଦେଉଛନ୍ତି। ଏଭଳି ନକରାତ୍ମକ ଟିପ୍ପଣୀ ନ କରନ୍ତୁ । ଖାଲି ଏତିକି ନୁହେଁ ଅପରାଜିତା କହିଛନ୍ତି କି ମୁ ୫ ବର୍ଷରେ କଣ କଲି ? ୟେ ବିଷୟରେ ମୁଁ ପାଣ୍ଡିଆନ ବାବୁଙ୍କୁ ପଚାରିବାକୁ ଚାହିଁବି ଯେ, ବିଜେଡି ର ଯଦି ସତ୍‌ସାହାସ ଅଛିତେବେ ତାଙ୍କର ୧୨ ଜଣ ସାଂସଦଙ୍କ ରିପୋର୍ଟ କାର୍ଡ ପବ୍ଲିକ ଡୋମେନ ରେ ରଖନ୍ତୁ ।
ଏହା ସହ ସେ ବିଜୁ ଜନତା ଦଳର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ୨୫ ବର୍ଷରେ କଣ ସବୁ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହା ବ୍ୟତୀତ ସଂସଦରେ ବିଜେଡି ସାଂସଦଙ୍କ ଅନୁପସ୍ଥିତି ପ୍ରସଙ୍ଗ ବି ଉଠାଇ ସମାଲୋଚନା କରିଛନ୍ତି ଯେ, ୩ ଜଣଙ୍କୁ ଛାଡିଦେଲେ ଅନ୍ୟମାନଙ୍କୁ ସେ ସଂସଦରେ ଦେଖିନଥିଲେ । ତା’ସହ ଆଜି ପର୍ଯ୍ୟନ୍ତ ୱାର୍ଡମେମ୍ବର ନିର୍ବାଚନ ବି ଲଢ଼ିନଥିବା ବ୍ୟକ୍ତି ମୁଁ କ’ଣ କରିଛି ବୋଲି ପ୍ରଶ୍ନ ପଚାରିବା ହାସ୍ୟାସ୍ପଦ ବୋଲି ସାଂସଦ ଅପରାଜିତା କହିଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *