ଓଡ଼ିଶା ଦଖଲ ନେଇ ପୁଣି ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହା । ସେ କହିଛନ୍ତି ଯେ ଓଡ଼ିଶାରେ ବିଜେପି ୧୭ଟି ଲୋକସଭା ଆସନ ଜିତିବ ଓ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବ ।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଓଡ଼ିଶାରେ ଆମେ ସରକାର ଗଢ଼ିବାକୁ ଯାଉଛୁ। ଓଡ଼ିଶାରେ ଆମେ ୧୭ଟି ଲୋକସଭା ଆସନ ଜିତିବୁ । ଏହା ସହିତ ଓଡ଼ିଶାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଢିବୁ। କୁଶାସନ ଯୋଗୁଁ ଓଡ଼ିଶାବାସୀ ହଇରାଣ ହେଉଛନ୍ତି। ତେଣୁ ଏଥର ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ଓଡ଼ିଶାବାସୀ ମନ ସ୍ଥିର କରିଛନ୍ତି। ଓଡ଼ିଶାରେ ଏଥର ଆମର ପ୍ରଦର୍ଶନ ବହୁତ ଭଲ ରହିବ। ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହେବେ ଓ ଜଣେ ଓଡ଼ିଆ ହେବେ।

ସୂଚନାଯୋଗ୍ୟ ଯେ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଏଥର ପୂର୍ବଭାରତରେ ଭଲ ଫଳାଫଳ କରିବ ବିଜେପି ।

By Nirvay

Leave a Reply

Your email address will not be published. Required fields are marked *