ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟ ସରକାରଙ୍କ ଉପରେ ଜନସାଧାରଣଙ୍କ ଅଭିଯୋଗ ବଢିବାରେ ଲାଗିଛି । ବିଜେଡି ସରକାରଙ୍କ ମନମୁଖୀ ଶାସନରେ ରାଜ୍ୟବାସୀ ଅତିଷ୍ଟ ହୋଇଗଲେଣି । ଶାସନରେ ପରିବର୍ତନ କରିବା ପାଇଁ ଲୋକେ ନିଷ୍ପତି ନେଇସାରିଛନ୍ତି । ବିଜେଡି ପରାଜୟ ଭୟରେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଭୋଟରଙ୍କୁ ବିଭିନ୍ନ ଉପାୟରେ ପ୍ରଭାବିତ କରିବା ପାଇଁ ଅପଚେଷ୍ଟା କରୁଛି । ଯେଉଁଥିପାଇଁ ସରକାରୀ କଳ, ବଳ ଓ କର୍ମଚାରୀଙ୍କୁ ନିଜର ଦଳୀୟ କାର୍ଯ୍ୟରେ ବ୍ୟବହାର କରୁଛି । ବିଜେଡି ବିରୋଧରେ ଆଦର୍ଶ ଆଚରଣ ବିଧି ଉଲଘଂନର ଯେତେ ପ୍ରମାଣ ସାମ୍ନାକୁ ଆସିଲେ ମଧ୍ୟ ଏହି ଦଳ ପୁରୁଣା ଅଭ୍ୟାସକୁ ପରିବର୍ତନ କରିପାରୁନାହିଁ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ଗ୍ରାମ ପଂଚାୟତ ଜିଆରଏସ୍ ରୀତାରାଣୀ ମୁଦୁଲୀ ବିଜେଡିକୁ ଭୋଟ ଦେବା ପାଇଁ ଲୋକଙ୍କୁ ପ୍ରଭାବିତ କରୁଛନ୍ତି । ସୂଚନାଯୋଗ୍ୟ କି, ଶ୍ରୀମତୀ ମୁଦୁଲୀ ୧୦ଜଣ ନାବାଳକ, ନାବାଳିକା ଛାତ୍ରଛାତ୍ରୀଙ୍କ ବୟସ ବଢ଼ାଇ ମନରେଗା କାର୍ଯ୍ୟର ମାଷ୍ଟରରୋଲ୍‌ରେ ଚଢ଼ାଇ ୮୩ହଜାର ୯୪୪ଟଙ୍କା ତୋଷାରପାତ କରିଥିଲେ । ଏ ସମ୍ପର୍କରେ ତାଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହୋଇ ତାଙ୍କ ଠାରୁ ଟଙ୍କା ଫେରସ୍ତ ନିଆଯାଇଛି । କିନ୍ତୁ ଏ କ୍ଷେତ୍ରରେ ତାଙ୍କୁ କାର୍ଯ୍ୟରୁ ବରଖାସ୍ତ କରିବା ପରିବର୍ତେ ଭଦ୍ରକ ଜିଲ୍ଲାପାଳ ତାଙ୍କୁ ଘଂଟ ଘୋଡାଉଛନ୍ତି । ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଭଦ୍ରକ ଜିଲ୍ଲାପାଳ ସୁରକ୍ଷା ଦେଉଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ।
ପ୍ରକାଶଥାଉ କି, ରୀତାଞ୍ଜଳୀ ମୁଦୁଲୀଙ୍କ ସ୍ୱାମୀ ପୁରୁଷତୋମ ବାରିକ ଗତ ପଂଚାୟତ ନିର୍ବାଚନ ସମୟରେ ଜିଆରଏସ୍ ଥିଲାବେଳେ ଏଭଳି ଦୁର୍ନୀତି କରି ଚାକିରୀରୁ ବରଖାସ୍ତ ହୋଇଥିଲେ, ଏବେ ସେ ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି । ବିଜେଡିର ପ୍ରଭାବରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ଓ ଦୁର୍ନୀତିଗସ୍ତ କର୍ମଚାରୀଙ୍କୁ ସୁରକ୍ଷା ଦେଉଛନ୍ତି । ଏଥିସହିତ ଆହୁରି ଅନେକ ଅଭିଯୋଗ ନେଇ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତଦନ୍ତ ଦାବି କରିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ତୃପ୍ତିମୟୀ ମକଦ୍ଦମ, ବିଶ୍ୱଜିତ୍ ସ୍ୱାଇଁ, ଶରତ ସେନାପତି, ହିଂମାଶୁ ଶେଖର ନାୟକ, ପ୍ରକାଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

By SonaliP

Leave a Reply

Your email address will not be published. Required fields are marked *