ଭୁବନେଶ୍ୱର: ଗତକାଲି ବିଜେପି ରାଷ୍ଟ୍ରୀୟ ଉପଧାକ୍ଷ ବୈଜୟନ୍ତ ପଣ୍ଡା ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସ ରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କୁ ଫେକ କହିବା ପରେ ଏହା ଉପରେ ଚର୍ଚ୍ଚା ଜୋର ଧରିଛି । ଆଜି ବୈଜୟନ୍ତ ପଣ୍ଡା ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସ ରେ ଆଉଥରେ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚରେ ଓଡିଶାବାସୀଙ୍କ ଆଗରେ ଜିଲ୍ଲା ଗୁଡିକର ନାଁ କହିବାକୁ ଚାଲେଞ୍ଜ କରିଛନ୍ତି ।
ସେ କହିଛନ୍ତି ଯେ, ବିଜେଡି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ଭିଡିଓ ଫୁଟେଜ୍ ବଦଳରେ ଏଆଇ-ଚାଳିତ DeepFake ଭିଡିଓ ବାହାର କରିବାକୁ ଲାଗିଛି ବୋଲି ମୁ ଯେଉଁ ଦାବି କରିଛି ସେଥିରେ ବିଜେଡି ଭୟଭୀତ ହୋଇପଡିଛି । ସେ ମୋ ପ୍ରଶ୍ନର ଯୁକ୍ତିଯୁକ୍ତ ଭାବରେ ପ୍ରତିକ୍ରିୟା ଦେବା ବଦଳରେ, ସେମାନେ ରାଗରେ ଚିତ୍କାର କରୁଛନ୍ତି ଓ ମୋ ସ୍ୱାସ୍ଥ୍ୟ ବିଷୟରେ ଅଭିଯୋଗ କରୁଛନ୍ତି।
“ଗୋଟିଏ ପୁରୁଣା କଥା ପ୍ରଚଳିତ ଅଛି “କେବଳ ସତ୍ୟ ହିଁ କଷ୍ଟ ଦିଏ “ମୋ କଥା ପ୍ରମାଣିତ କରି ଦେଉଛି ଯେ,ସତ କଥା କହିଲେ ବିଜେଡି ଦଳକୁ କଷ୍ଟ ହେଉଛି |
ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କ ପାଇଁ ମଞ୍ଚରେ ଗୋଟି ଗୋଟି କରି ଆମ ଜିଲ୍ଲା ଗୁଡିକର ନାମ କହିବେ ଓଡିଶାବାସୀଙ୍କ ଏହା ଶୁଣିବା ନିହାତି ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଯାଇଛି ।

 

By SonaliP

Leave a Reply

Your email address will not be published. Required fields are marked *