କରଡ଼ାକୋଠା ନିକଟରେ ଯାଞ୍ଚ ବେଳେ ଏକ କାରରୁ ବିପୁଳ ପରିମାଣର ଟଙ୍କା ଜବତ କଲା ପୁରୁଣାକଟକ ପୋଲିସ । ବିଡା ବିଡା ଟଙ୍କା ଜବତ ହେବା ପରେ ଗାଡ଼ିରେ ଲୁଚିଛନ୍ତି ବିଜେଡି ନେତ୍ରୀ ଅପୂର୍ବା ଅପରୂପା।ସାଲେପୁରର ବିଜେଡି ନେତ୍ରୀ ଏବଂ ବିଜେଡି ମୁଖପାତ୍ର ମଧ୍ୟ ଥିଲେ, ଏବେ ବୌଦ୍ଧ ଜ଼ିଲ୍ଲା ଦାୟିତ୍ୱରେ ଅଛନ୍ତି ଅପୂର୍ବା ଅପରୂପା ।

ସୂଚନା ମୁତାବକ, ବୌଦ୍ଧ ନିର୍ବାଚନ ମଣ୍ଡଳୀ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଯାନବାହାନ ଯାଞ୍ଚ ବେଳେ ଏକ କାରରୁ ବିପୁଳ ପରିମାଣର ଟଙ୍କା ପୁରୁଣାକଟକ ପୋଲିସ ଜବତ କରିଛି । ଟଙ୍କା ଜବତ ହୋଇଥିବା ଗାଡ଼ିରେ ଥିଲେ ବିଜେଡି ନେତ୍ରୀ ଅପୂର୍ବା ଅପରୂପା। ଅଧିକ ତଦନ୍ତ ପାଇଁ ଅପୂର୍ବା ଅପରୂପାଙ୍କୁ ପୋଲିସ ଅଟକ ରଖିଥିବାର ସୂଚନା । ଅପୂର୍ବା ଏତେ ପରିମାଣର ଟଙ୍କା ନେଇ କୁଆଡେ଼ ଓ କେଉ କାରଣ ପାଇଁ ଯାଉଥିଲେ ତାହାର ସୁଚନା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *