ରାଜ୍ୟରେ ଚାଲିଛି ପ୍ରଥମ ପ୍ରର୍ଯ୍ୟାୟ ମତଦାନ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ଆଜି ସକାଳ ୭ଟାରୁ ମତଦାନ ଜାରି ରହିଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ‌ମତଦାନ ହୋଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ସୂତ୍ରରୁ ସୂଚନା ମିଳିଛି। ‌ଏପର୍ଯ୍ୟନ୍ତ ନବରଂଗପୁରରେ ସର୍ବାଧିକ ଓ ବ୍ରହ୍ମପୁରରେ ସବୁଠାରୁ କମ ୫୮ ପ୍ରତିଶତ ମତଦାନ ହୋଇଛି।

କୋରାପୁଟ ମତଦାନ: ୬୨.୯୬ ପ୍ରତିଶତ ଜୟପୁର:୬୬.୫୮ ପ୍ରତିଶତ କୋରାପୁଟ:୫୫.୩୫ ପ୍ରତିଶତ, ଲଷ୍ମୀପୂର :୫୮.୬୬ ପ୍ରତିଶତ, ପଟାଙ୍ଗୀ :୫୮.୫୦ପ୍ରତିଶତ, ରାୟଗଡା:୬୩.୨୦ପ୍ରତିଶତ, କୋଟପାଡ଼ :୬୫.୬୭ ପ୍ରତିଶତ (ନବରଙ୍ଗପୁର ଲୋକସଭା ), ବିଷମ କଟକ : ୬୭.୯୯ ପ୍ରତିଶତ ଗୁଣୁପୁର : ୫୭.୪୪ ପ୍ରତିଶତ ଭୋଟର ଦେଇଛନ୍ତି ଭୋଟ୍ ।

ନବରଂଗପୁର ଲୋକସଭା ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ନବରଂଗପୁରରେ ୬୮.୮୪ ପ୍ରତିଶତ, କଳାହାଣ୍ଡିରେ ୬୭.୩୭ପ୍ରତିଶତ, କେରାପୁଟରେ ୬୧.୨୨ପ୍ରତିଶତ ମତଦାନ ହୋଇଛି। ସେହିପରି ନୂଆପଡ଼ାରେ ୬୬.୩୫, ଗଜପତିରେ ୬୩.୭୧  ରାୟଗଡ଼ାରେ ୬୨.୯୬ ପ୍ରତିଶତ ମତଦାନ ହୋଇଛି।

Leave a Reply

Your email address will not be published. Required fields are marked *