ଭୁବନେଶ୍ୱର:  ଆସନ୍ତା ୨୦ ତାରିଖ ସୁଦ୍ଧା ବିଜେପି ସବୁ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ । ଏବେସୁଦ୍ଧା ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଆଉ ୩୫ ଆସନ ବାକି ଅଛି । ଏହା ବି ଘୋଷଣା ହୋଇଯିବ ବୋଲି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି । ଆଜି କିଛି ଆସନ ପାଇଁ ତାଲିକା ଆସିପାରେ ।

ବିଜେପି ଘୋଷଣା କରିଥିବା କିଛି ଆସନର ଟିକଟକୁ ନେଇ ଦଳ ଭିତରେ ଅସନ୍ତୋଷ ଲାଗିରହିଛି ।

ଟିକଟ ବଦଳାଇବାକୁ ଆଶାୟୀମାନେ ଦାବି କରୁଛନ୍ତି । ଏନେଇ ଗତ କିଛିଦିନ ଧରି ଦଳୀୟ କାର୍ଯ୍ୟାଳୟରେ ଧାରଣା ଓ ବିକ୍ଷୋଭ ଦେଖିବାକୁ ମିଳୁଛି ।ଧର୍ମଶାଳାରୁ ଆଶାୟୀ ଥିବା ହିମାଂଶୁ ଶେଖରଙ୍କ ସମର୍ଥକ ସ୍ମୃତିରେଖା ପହିଙ୍କ ଟିକଟକୁ ବିରୋଧ କରୁଛନ୍ତି । ସେପଟେ କୋରେଇରେ ଆକାଶ ଦାସ ନାୟକଙ୍କ ଟିକଟକୁ ଅନ୍ୟ ଆଶାୟୀମାନେ ବିରୋଧ କରୁଛନ୍ତି । ଏ ସମ୍ପର୍କରେ ଶ୍ରୀ ତୋମାର କହିଛନ୍ତି, ଟିକଟ ବଦଳିବ କି ନା ତା’ଉପରେ କେବଳ ବିଜେପିର କେନ୍ଦ୍ରୀୟ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ।

ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଗୋଟିଏ ଆସନରେ ଅନୁସୂଚିତ ଜାତି ବର୍ଗରୁ ଜଣଙ୍କୁ ପ୍ରାର୍ଥୀ କରାଯାଇଛି । ଏହି ଆସନରେ ପ୍ରାର୍ଥୀଙ୍କୁ ବଦଳାଯିବ ବୋଲି ସେ କହିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *