ନୂଆଦିଲ୍ଲୀ ; ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଝଟକା। ଦିଲ୍ଲୀରୁ ୪ଥର ବିଧାୟକ ହୋଇଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦର ସିଂହ ଲଭଲି ଶନିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଲଭଲିଙ୍କ ସହ ପୂର୍ବତନ ବିଧାୟକ ନୀରଜ ବସୋୟା ଓ ନସିବ ସିଂହ ଏବଂ ପୂର୍ବତନ ମନ୍ତ୍ରୀ ରାଜ କୁମାର ଚୌହାନ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଉଭୟ ଅରବିନ୍ଦର ଲଭଲି ଏବଂ ରାଜ କୁମାର ଚୌହାନ ଶୀଲା ଦୀକ୍ଷିତ ସରକାରରେ ମନ୍ତ୍ରୀ ଥିଲେ।

କଂଗ୍ରେସ ନେତା ଅରବିନ୍ଦର ସିଂ ଲଭଲି ଏପ୍ରିଲ ୨୮ ରେ କଂଗ୍ରେସର ଦିଲ୍ଲୀ ୟୁନିଟର ସଭାପତି ପଦରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଲେଖିଥିବା ଚିଠିରେ ଲଭଲି କହିଛନ୍ତି ଯେ ସେ ଦଳର ଦିଲ୍ଲୀ ୟୁନିଟର ସଭାପତି ପଦରେ ରହିପାରିବେ ନାହିଁ। ଶୀଲା ଦୀକ୍ଷିତ ସରକାରରେ ମନ୍ତ୍ରୀ ଥିବା ଲଭଲିଙ୍କୁ ଗତ ବର୍ଷ ଅଗଷ୍ଟରେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା।

ଶନିବାର ଅରବିନ୍ଦର ସିଂହ ଲଭଲି ଶନିବାର ଭାରତୀୟ ଜନତା ପାର୍ଟିରେ ମିଶିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ  ଅମିତା ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *