ନିମାପଡା ;ନିମାପଡା ପାଣିପାଗ ବର୍ତ୍ତମାନ ବଦଳିବାରେ ଲାଗିଛି । ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ନିମାପଡ଼ା ବିଜେଡି କନ୍ଦଳ । ବିଜେଡି ଏଥର ସମୀର ଦଶଙ୍କ ଟିକେଟ କାଟିଛି । ସମୀରଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ କରିଛନ୍ତି ।
ଆଜି ଅପରାହ୍ନରେ ସମୀର ଦାଶଙ୍କ ସମର୍ଥକମାନେ ନିମାପଡ଼ା ଟାଉନ୍‌ ହଲ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ବିଶାଳ ସଭା ଆୟୋଜନ କରିଥିଲେ। ସଭାରେ ୫୮ ଜଣ ଜନ ପ୍ରତିନିଧିଙ୍କ ସମେତ ଶହଶହ ସମର୍ଥକ ଯୋଗଦେଇଥିଲେ। ସଭାରେ ଖୋଦ୍‌ ସମୀର ରଞ୍ଜନ ଦାଶ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ସାମୁହିକ ଇସ୍ତଫାପତ୍ର ସମୀରଙ୍କୁ ପ୍ରଦାନ କରିଥିଲେ। ଆଉ ଶେଷ ନିଷ୍ପତ୍ତି ନେବା ପାଇଁ ସମୀରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି ସମର୍ଥକ।

ସୂଚନା ଅନୁସାରେ ସମୀରଙ୍କ ଟିକେଟ୍‌ କାଟି ଦିଲ୍ଲୀପଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଶକ୍ତି ପ୍ରଦର୍ଶନ କରି ବିଜେଡି ଛାଡ଼ିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକ। ସମୀରଙ୍କ ଉପସ୍ଥିତିରେ ଭରା ସଭାରେ ସମର୍ଥକମାନେ ଇସ୍ତଫା ନେଇ ଘୋଷଣା କରିଛନ୍ତି। ଆଉ ନିଷ୍ପତ୍ତି ନେବା ପାଇଁ ସମୀରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି ସେମାନେ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଶେଷ ନିଷ୍ପତ୍ତି ଜଣାଇବାକୁ ସମୀରଙ୍କୁ ତାଙ୍କ ସମର୍ଥକ କହିଛନ୍ତି । କିନ୍ତୁ ଆଜି ସମୀର ବିଜେଡିରୁ ଇସ୍ତଫା ଦେଇନାହାନ୍ତି।
ଆଜି ଅପରାହ୍ନରେ ସମୀର ଦାଶଙ୍କ ସମର୍ଥକମାନେ ନିମାପଡ଼ା ଟାଉନ୍‌ ହଲ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ବିଶାଳ ସଭା ଆୟୋଜନ କରିଥିଲେ। ସଭାରେ ୫୮ ଜଣ ଜନ ପ୍ରତିନିଧିଙ୍କ ସମେତ ଶହଶହ ସମର୍ଥକ ଯୋଗଦେଇଥିଲେ। ସଭାରେ ଖୋଦ୍‌ ସମୀର ରଞ୍ଜନ ଦାଶ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ସାମୁହିକ ଇସ୍ତଫାପତ୍ର ସମୀରଙ୍କୁ ପ୍ରଦାନ କରିଥିଲେ। ଆଉ ଶେଷ ନିଷ୍ପତ୍ତି ନେବା ପାଇଁ ସମୀରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି ସମର୍ଥକ।

By SonaliP

Leave a Reply

Your email address will not be published. Required fields are marked *