ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ତଥା ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଶ୍ରୀମତୀ ଉପାସନା ମହାପାତ୍ର ବିରାଟ ପଟୁଆରରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ପ୍ରଥମଥର ବିଧାନସଭାରେ ପ୍ରାର୍ଥୀ ଭାବେ ତାଙ୍କ ବାପାଙ୍କ ଗଡ଼ରୁ ଲଢ଼ୁଛନ୍ତି ।

ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଉପାସନା ମହାପାତ୍ର ଆଜି ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରି ପୂଜାପାଠ କରି ଆଶୀର୍ବାଦ ନେଇଥିଲେ ।

ଆଜି ଏକ ବିଶାଳ ଜନ ପଟୁଆରରେ ଉପାସନା ନିଜର ଶକ୍ତି ପ୍ରଦର୍ଶନ ଦେଖିଇଛନ୍ତି। ଶହ ଶହ ସମର୍ଥକଙ୍କ ଶୋଭାଯାତ୍ରା ଏପରି ଥିଲା ଯେ ତାଙ୍କୁ ବ୍ରହ୍ମଗିରିରୁ ପୁରୀ ପର୍ଯ୍ୟନ୍ତ ପହଞ୍ଚିବାକୁ ୪ଘଣ୍ଟା ସମୟ ଲାଗିଥିଲା । ଯାହା ଫଳରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନାମାଙ୍କନପତ୍ରର ନିର୍ଦ୍ଧାରିତ ସମୟରେ ପହଞ୍ଚିବାକୁ ତାକୁ ଶୋଭାଯାତ୍ରା ଗାଡ଼ି ଛାଡ଼ି ବାଇକ୍ ର ସାହାରା ନେବାକୁ ପଡ଼ିଥିଲା । ସେ ଓ ତାଙ୍କ ସ୍ଵାମୀ ବାଇକ୍ ରେ ଯାଇ ନାମାଙ୍କନପତ୍ର ଦାଖଲ କରିଥିଲେ ।

ନାମାଙ୍କନ ପତ୍ର ଦାଖଲ ସମୟରେ ତାଙ୍କ ସହିତ ସ୍ୱାମୀ, ପରିବାର, ବନ୍ଧୁ, ଶୁଭେଛୁ ଓ ଅନ୍ୟ ବିଜେପି ନେତାମାନେ ଉପସ୍ଥିତ ଥିଲେ ।

ଅତି କମରେ ୨୦ ରୁ ୨୫ ହଜାର ଲୋକ ବ୍ରହ୍ମଗିରିରୁ ପୁରୀ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ସ୍ୱତଃପ୍ରବୃତ୍ତ ଭାବେ ଉପସ୍ଥିତ ଥିଲେ ବୋଲି ଜଣା ପଡ଼ିଛି । ରାସ୍ତା ସାରା ଉପାସନାଙ୍କ ସମର୍ଥକ, ବିଶେଷ କରି ମହିଳା ମାନେ ତାଙ୍କ ଉପରେ ପୁଷ୍ପ ବୃଷ୍ଟି କରିବା ସହ ହୁଳହୁଳି ଦେଇ ସ୍ୱାଗତ କରିଥିଲେ ।

ତାଙ୍କର ଏହି ହଜାର ହଜାର ଜନ ସମର୍ଥନରୁ ବ୍ରହ୍ମଗିରିରୁ ବିଜେପି ପାଇଁ ଏକ ଶୁଭ ସଙ୍କେତ ବୋଲି ଜଣାପଡୁଛି ।

Leave a Reply

Your email address will not be published. Required fields are marked *