ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଦିନବ୍ୟାପୀ ମିଶ୍ରଣ ପର୍ବ ଜାରୀ ରହିଥିଲା । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୋଲସରା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତ୍ରୀ ତଥା କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ରରେ ପର୍ଯ୍ୟବେକ୍ଷକ ସୁଶ୍ରୀ ଆରତୀ ଦେବୀ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ସହ ପୂର୍ବତନ ଜିଲ୍ଲା ସମ୍ପାଦକ ରବିନ୍ଦ୍ର କୁମାର ପରିଡା, ବୁଗୁଡା ବ୍ଲକ ଉପସଭାପତି ସୁନୀଲ କୁମାର ପାଢ଼ୀ, ବିକ୍ରମ ବୀର ବିକ୍ରମାଦିତ୍ୟ ଆରୁଖ, ଧୋବା ପ୍ରଧାନ, ବବୁଲ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ଜେନା, ମହେନ୍ଦ୍ର ପ୍ରସାଦ, ବସନ୍ତ କୁମାର ସାମଲ, ପଦ୍ମଚରଣ ଜେନା, ପବିତ୍ର କୁମାର ନାୟକ, ଲିଙ୍ଗରାଜ ସ୍ୱାଇଁ, ସିମାଚଂଳ ପ୍ରଧାନ, ପ୍ରକାଶ ଚନ୍ଦ୍ର ସେନାପତି, ସମିର ନାହାକ, ନାରାୟଣ ଦାସ, ସନ୍ତୋଷ କୁମାର ପୋଲାଇ, ବିଚିତ୍ର ସାହୁ, ସନ୍ତୋଷ କୁମାର ବିଶ୍ୱାଳ, ହରିହର ପ୍ରଧାନ, ସନ୍ତୋଷ କୁମାର ଭୋଳ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ସେହିପରି କଂଗ୍ରେସ ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଅଜିତ୍ ବାରିକ, କଂଗ୍ରେସ ନେତ୍ରୀ ତିଳୋତମା ପରିଡା, ପୁଷ୍ପରାଣୀ ନାୟକ, ସୁଶାନ୍ତ ନାୟକ, ସତ୍ୟଜିତ୍ ପ୍ରଧାନ, ପ୍ରସାଦ ମୁନି, ଜୟନ୍ତ ବାରିକ, ସମୀର ନାହାକ, କାହ୍ନା ନାହାକ, ଅମର ନାହାକ, ପବିତ୍ର ରାଉତ, ଟୁକୁନା ଗୌଡ, ରବିନ୍ଦ୍ର ସାମଲ, ରଞ୍ଜନ ଖଟେଇ, ରାଜିବ ନାହାକ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି ।

ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି । ଏହାପରେ ମହାନ୍ତି ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ରାଜ୍ୟ ସଭାପତି ସାମଲ ସଦସ୍ୟତା କରାଇଥିଲେ ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ଘୁମୁସୁର ଜିଲ୍ଲା ସଭାପତି ତଥା ପୋଲସରା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ, ଉପସଭାପତି ପ୍ରଭାକର ପଣ୍ଡା, ଜିଲ୍ଲା ସଭାପତି ତଥା ଏକାମ୍ର ଭୁବନେଶ୍ୱର ପ୍ରାର୍ଥୀ ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ସାଂସ୍କୃତିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜିକା ପିଙ୍କି ପ୍ରଧାନ, ହରିହର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *