ଭୁବନେଶ୍ୱର: ମାନ୍ୟବର ନିର୍ବାଚନ କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଥାକଥିତ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବାଦ ଦିଆଯାଇଛି । ୫-ଟି ଅଧ୍ୟକ୍ଷ ନାମରେ ଏକ ସରକାରୀ ଅଧୀକାରି କ୍ଷମତାକୁ ମାଡି ବସିଥିବା ଭିକେ ପାଣ୍ଡିଆନଙ୍କର ଏହି ଦଖଲକୁ ଶେଷରେ ବେଆଇନ ଦର୍ଶାଇଛନ୍ତି ମାନ୍ୟବର ନିର୍ବାଚନ କମିଶନର । କିଭଳି ବିଜୁ ଜନତା ଦଳରେ ପ୍ରତ୍ୟକ୍ଷ ଭାବରେ ରାଜନୀତି କରୁଥିବା ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାମ କରିପାରିବେ ବୋଲି ଏପ୍ରିଲ ୪ ତାରିଖ ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆପତି ଉଠାଇଯାଇଥିଲା ।

ସେ ନେଇ ସି-ଭିଜିଲ ଆପରେ ଅଭିଯୋଗ କରାଯାଇଥିଲା । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲଙ୍ଗନ ଏବେ ପ୍ରମାଣିତ ହୋଇଛି । ସ୍ୱଛ ଭାବମୃର୍ତୀ ବୋଲି ଡିଣ୍ଡିମ ପିଟୁଥିବା ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହିଁ ସମସ୍ତ ଅଗଣତାନ୍ତ୍ରିକ କାମ କରୁଛି ଓ ରାଜ୍ୟରେ ମୁକ୍ତ ଅବାଧ ନିରପେକ୍ଷ ନିର୍ବାଚନ ପରିଚାଳନାରେ ବାଧକ ସାଜିଛି ବୋଲି କହିଛନ୍ତି ମୁଖପାତ୍ର ଅନିଲ ବିଶ୍ୱାଳ ।

ବିଶ୍ୱାଳ କହିଛନ୍ତି ଯେ, ରାଜ୍ୟରେ ୫-ଟି ନାଁରେ ମହାଦୁର୍ନୀତି ହୋଇଛି । କେବଳ ସେତିକି ନୁହେଁ ଗଣତନ୍ତ୍ରର ହତ୍ୟା, ଓଡିଆ ସ୍ୱାଭିମାନର ହତ୍ୟା ହୋଇଛି । ଓଡିଶା ଲୋକେ ୨୦୨୪ ନିର୍ବାଚନରେ ଏହି ୫-ଟି ମହାଦୁର୍ନୀତି ବିରୋଧରେ ଉଚିତ ଜବାବ ଦେବେ । ରାଜ୍ୟର ସବୁ ସରକାରୀ କାମରେ ହସ୍ତକ୍ଷେପ କରିବା ପାଇଁ ଆଉ ମନ୍ତ୍ରୀମାନଙ୍କୁ ସଚିବଙ୍କ ଆଗରେ ଗୌଣ କରିବା ପାଇଁ ୫-ଟି ପଦବି ତିଆରି କରାଯାଇଥିଲା । ଆଗରୁ ୫-ଟି ସଚିବ ଭାବରେ ଭିକେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଥିଲେ । ଯେବେ ପାଣ୍ଡିଆନ ବାବୁ ବିଜେଡିରେ ଯୋଗ ଦେଲେ ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଦନ୍ନୋତି ଦେଇ ୫-ଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଥିଲେ । ଏବେ ନିର୍ବାଚନ କମିଶନର ତାଙ୍କୁ ସେହି ପଦରୁ ହଟାଇଛନ୍ତି । ଆଗାମୀ ଦିନରେ ଓଡିଶାଲୋକେ ପୁରା ବିଜେଡିକୁ ଶାସନରୁ ହଟାଇ ଦେବେ ବୋଲି ବିଶ୍ୱାଳ କହିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *