ଭୁବନେଶ୍ୱର ; ବାଜି ସାରିଛି ନିର୍ବାଚନୀ ବିଗୁଲ ଏବେ ଗୋଟାଏ ପରେ ଗୋଟାଏ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ୮ ତାରିଖରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାୟଗଡ଼ା ଆସି ନିର୍ବାଚନ ପ୍ରଚାର କରିବେ। ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଣିଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ୧୨ ତାରିଖରେ ସେ ଓଡ଼ିଶା ଗସ୍ତରେ ଆସିବେ ବୋଲି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ସିଂ ତୋମର୍ ଏନେଇ ସୂଚନା ଦେଇଛନ୍ତି ।ଗତ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ସୋନପୁରରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଥିଲେ।ରାମେଶ୍ୱର ଷ୍ଟାଡିୟମ୍‌ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଶାହ କହିଥିଲେ, ଓଡ଼ିଶାରେ ଖଣିଜ ସଂପଦ ପ୍ରଚରୁ ରହିଛି। ସବୁଠାରୁ ଅଧିକ ପାଣି ରହିଛି। ତଥାପି ଓଡ଼ିଶାର ବିକାଶ ହୋଇପାରୁ ନାହିଁ। ଓଡ଼ିଶାର ଜନତା ମୁମ୍ବାଇ, ଗୁଜରାଟ, ଦିଲ୍ଲୀ, ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଉଛନ୍ତି। ଭାରତୀୟ ଜନତା ପାର୍ଟିର ସରକାର ଆସିଲେ ଓଡ଼ିଶାର ଲୋକଙ୍କୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ। ଲୋକଙ୍କୁ ଏଠାରେ ରୋଜଗାର ମିଳିବ।ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନିଆ ଓଡ଼ିଶା ଗସ୍ତରେ ଆଜି ଆସି ରାତିରେ ପହଞ୍ଚିବା ପରେ ଆସନ୍ତାକାଲି ଭୁବନେଶ୍ୱରରେ ରୋଡ ସୋ’ କରିବା ସହ ବିଭିନ୍ନ ପ୍ରଚାର ସଭାରେ ସାମିଲ ହେବେ। ସେହିଭଳି ଆସନ୍ତା ୧୦ ଓ ୧୧ ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। କେନ୍ଦ୍ରୀୟ ନେତୃତ୍ୱଙ୍କ ଘନଘନ ଓଡ଼ିଶା ଗସ୍ତ କାରଣରୁ ଏବେ ଦଳୀୟ କର୍ମୀ ବେଶ ଉତ୍ସାହିତ ଅଛନ୍ତି।

By SonaliP

Leave a Reply

Your email address will not be published. Required fields are marked *