ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ ସମସ୍ତଙ୍କୁ ଚକିତ କରିଛି। ଗତ ଅଢେଇ ଦଶନ୍ଧି ଧରି ଓଡ଼ିଶାରେ ରାଜ କରୁଥିବା ବିଜେଡିକୁ ଏଥର କଡ଼ା ଟକ୍କର ଦେଉଛି ବିଜେପି ।ଓଲିଉଡର ଚକଲେଟ ବୟ ଆକାଶ ଦାସ ନାୟକ ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନରେ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥୀ ସନ୍ଧ୍ୟା ରାଣୀ ଦାସ କଡ଼ା ଟକ୍କର ଦେଉଥିବା ବେଳେ ଆକାଶ କିନ୍ତୁ ଆଗରେ ଅଛନ୍ତି। ସନ୍ଧ୍ୟା ରାଣୀ ଦାସ ହେଉଛନ୍ତି ବିଜେଡିର ପାୱାରଫୁଲ୍‌ ନେତା ବବି ଦାସଙ୍କ ମା’ ।

ସୂଚନାଯୋଗ୍ୟ, ବବି ଦାସ ଏଥର ସମ୍ବଲପୁର ଲୋକସଭା ଆସନରୁ ମଇଦାନକୁ ଓହ୍ଲାଇଛନ୍ତି। ତେବେ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ କଡ଼ା ଟକ୍କର ଦେଇ ଆଗରେ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବବି। ସେହିପରି ତାଙ୍କ ମା’ ବି ପଛରେ ପଡ଼ି ଯାଇଛନ୍ତି।

 

By SonaliP

Leave a Reply

Your email address will not be published. Required fields are marked *