ଚଳିତବର୍ଷ ନିର୍ବାଚରେ ଝାରସୁଗୁଡ଼ାରେ ପଦ୍ମର ବଡ଼ ବିଜୟ ହୋଇଛି । ଝାରସୁଗୁଡ଼ା ଏବଂ ବ୍ରଜରାଜନଗରର ବିଜେପି ବିଧାନସଭା ପ୍ରାର୍ଥୀ ଯଥାକ୍ରମେ ଟଙ୍କଧର ତ୍ରିପାଠୀ ଓ ସୁରେଶ ପୂଜାରୀ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ହରେଇଛି ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ସେ ୧୩୨୨ ଖଣ୍ଡରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ହରେଇଥିବା ସୂଚନା ।

ନବ ଦାସ ହତ୍ୟା ପରେ ଝାରସୁଗୁଡ଼ା ବିଧାନସଭା ସିଟ୍‌ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେତେବେଳେ ବାପାଙ୍କ ସିଟ୍‌ରୁ ଦୀପାଳି ମଇଦାନକୁ ଓହ୍ଲାଇ ବିଜୟୀ ହୋଇଥିଲେ। ସେତେବେଳେ ମଧ୍ୟ ଟଙ୍କଧର ତାଙ୍କ ବିରୋଧରେ ଛିଡ଼ା ହୋଇଥିବା ବେଳେ ପରାସ୍ତ ହୋଇଥିଲେ। ମାତ୍ର ଚଳିତ ଥର ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି ଟଙ୍କଧର । ଫଳରେ ଝାରସୁଗୁଡ଼ାରେ ବିଜେପି ଶିବିରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

ଅନ୍ୟପଟେ ସୁରେଶ ପୂଜାରୀ ମଧ୍ୟ ବିଜେଡିର ଅଳକା ମହାନ୍ତିଙ୍କଠାରୁ ୨୬,୫୮୨ ଭୋଟରେ ବିଜୟୀ ହୋଇଛନ୍ତି।ସୁରେଶ ପୂଜାରୀ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି।ଏହା ପୂର୍ବରୁ ୨୦୧୯ ସାଧାରଣ ନିର୍ବାଚନରେ ସୁରେଶ ପୂଜାରୀ ବିଜେପି ଟିକେଟରୁ ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଏଥର ଦଳ ତାଙ୍କୁ ବିଧାନସଭାରୁ ପ୍ରାର୍ଥୀ କରିଥିବା ବେଳେ ସେ ବିଜୟୀ ହୋଇଛନ୍ତି।

 

Leave a Reply

Your email address will not be published. Required fields are marked *