ରାଜ୍ୟରେ ମୁକୁଳା ଡ୍ରେନ୍ ଏବଂ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁଁ ହେଉଥିବା ଦୁର୍ଘଟଣା ଏବଂ ଧନଜୀବନ ହାନିକୁ ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନୂଆ ଆଇନର ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନୂଆ ନିୟମ ଅନୁଯାୟୀ, ତ୍ରୁଟିପୂର୍ଣ୍ଣ ଡିଜାଇନ୍ କିମ୍ବା ମୁକୁଳା ଡ୍ରେନ୍ କାରଣରୁ ଯଦି କୌଣସି ବ୍ୟକ୍ତିଙ୍କ ଜୀବନ ଯାଏ, ତେବେ ସମ୍ପୃକ୍ତ ଯନ୍ତ୍ରୀ ଏବଂ ଠିକାଦାରଙ୍କ ବିରୋଧରେ ସିଧାସଳଖ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାସ୍ତାରେ ଦେଖାଯାଉଥିବା ସମସ୍ତ ବିପଦପୂର୍ଣ୍ଣ ତ୍ରୁଟିଗୁଡ଼ିକୁ ୭ ରୁ ୩୦ ଦିନ ମଧ୍ୟରେ ତୁରନ୍ତ ମରାମତି କରିବାକୁ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ବାଟଚାଲୋଇଙ୍କ ସୁରକ୍ଷା ସହ ଦିବ୍ୟାଙ୍ଗମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଫୁଟପାଥଗୁଡ଼ିକୁ ନିରବଚ୍ଛିନ୍ନ ଓ ବାଧାମୁକ୍ତ ରଖିବା ବାଧ୍ୟତାମୂଳକ କରାଯାଇଛି, ଯେଉଁଥିରେ ଟାକଟାଇଲ ଟାଇଲ୍ସ, ରାମ୍ପ ଓ ଟ୍ରାଫିକ୍ ସିଗ୍ନାଲ ବ୍ୟବସ୍ଥା ରହିବ। ଏହାସହ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ପାଦଚଲା ରାସ୍ତା ପାଇଁ କମ୍ରେ ଦେଢ ମିଟରର ସୁରକ୍ଷିତ ସ୍ଥାନ ଛାଡ଼ିବା ଏବଂ ସ୍କୁଲ ଆଖପାଖ ଅଞ୍ଚଳରେ ଗାଡ଼ିର ସର୍ବାଧିକ ବେଗ ୧୫ କିଲୋମିଟର ପ୍ରତି ଘଣ୍ଟା ମଧ୍ୟରେ ସୀମିତ ରଖିବାକୁ ନିୟମ କରାଯାଇଛି। ଏଥି ସହିତ ଏହି ପ୍ରସ୍ତାବିତ ନିୟମାବଳୀ ଉପରେ ସାଧାରଣ ଜନତା ଆଗାମୀ ୩୦ ଦିନ ମଧ୍ୟରେ ନିଜର ମତାମତ ଓ ପରାମର୍ଶ ଦେଇପାରିବେ। Post navigation Special Counters for Senior Citizens in Govt Office: ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବରିଷ୍ଠ ନାଗରିକଙ୍କ ପାଇଁ ହେବ ସ୍ୱତନ୍ତ୍ର କାଉଣ୍ଟର: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ Heavy Rain Alert in Odisha: ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ଆଗାମୀ ୨୪ ଘଣ୍ଟା ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ମନ୍ତ୍ରୀ