କଟକ: ଡିଜିପି ଅଫିସ୍ ଘେରିଲା ବିଜେପି ଯୁବ ମୋର୍ଚ୍ଚା । ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ଆଜି କଟକ ଡିଜିପି ଅଫିସ୍‌ ଘେରିଲେ ବିଜେପି ଯୁବ ମୋର୍ଚ୍ଚା ।ଏହି ଘଟଣାରେ ଆଜି ଆଉ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।

 

ଗତକାଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ସଂଗ୍ରାମ ପାତ୍ର ଆଜି ଦିନ ୧୧ଟା ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ଡିଜିପିଙ୍କ ଅଫିସ ଘେରିବାକୁ ଚେତାବନୀ ଦେଇଥିଲେ । ୭୨ ଘଣ୍ଟା ପରେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନଥିବା ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ଆଗାମୀ ୨୪ ଘଂଟା ମଧ୍ୟରେ ଯଦି ଅଭିଯୁକ୍ତମାନଙ୍କୁ ଗିରଫ ନ କରାଯାଏ ତେବେ ଭାରତୀୟ ଜନତା ଯୁବମୋର୍ଚ୍ଚାର ହଜାର ହଜାର କାର୍ଯ୍ୟକର୍ତ୍ତା ଡିଜି ଅଫିସ ଘେରାଉ କରିବେ । ଏଥିଯୋଗୁ କୌଣସି ଆଇନ୍‌ଶୃଙ୍ଖଳା ପରସ୍ଥିତି ସୃଷ୍ଟି ହେଲେ ସେଥିପାଇଁ ଡିଜି ମହାଶୟ ନିଜେ ଦାୟୀ ରହିବେ ବୋଲି ଧମକ ଦେଇଥିଲେ । ଏହି ଘଟଣାରେ ଆଜି ଆଉ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ମାମଲାରେ ଆଉ ୫ ଜଣଙ୍କୁ ଗିରଫ କରିଛି ବାଂଶଡ଼ା ପୋଲିସ୍ । ଏବେ ଯାଏଁ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।

 

ସୂଚନାଯୋଗ୍ୟ, ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଧାନକୁଟା ପଂଚାୟତ କରଞ୍ଜମାଲ ଗ୍ରାମରେ ଜୁନ୍ ୩୦ ତାରିଖରେ ଭାରତୀୟ ଜନତାପାର୍ଟିର ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଓ ଯୁବମୋର୍ଚ୍ଚାର କେତେଜଣ କର୍ମୀଙ୍କୁ ବିଜେଡିର ଭଡ଼ାଟିଆ ଗୁଣ୍ଡାମାନେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ ।ଅଭିଳାଷ ପଣ୍ଡା ନିର୍ବାଚନୀ ପ୍ରଚାର କାର୍ଯ୍ୟ ସାରି କାର୍ଯ୍ୟକର୍ତାଙ୍କ ସହ ଫେରୁଥିବାବେଳେ ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ସରପଂଚ ପ୍ରତିନିଧି ରମେଶ ନାୟକ, ତାଙ୍କ ପୁତୁରା ପ୍ରମୋଦ ନାୟକ, ସାନଭାଇ ଅକ୍ଷୟ ନାୟକ, ମଂଟୁ ନାୟକ, ସହ ବିଜୁ ଜନତା ଦଳର ଭଡ଼ାଟିଆ ଗୁଣ୍ଡାମାନେ ଏହି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ପଣ୍ଡାଙ୍କ ସହ, ଯୁବମୋର୍ଚ୍ଚାର କାର୍ଯ୍ୟକର୍ତା ଗୁରୁତର ହୋଇଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *