ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ଯୋଗ ଦେଇଥିଲେ। ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ଚାଲିଥିବା ବେଳେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟ କ୍ୟାବିନେଟରେ ସୁପାରିସ କରାଯାଇଛି।

ପ୍ରଥମେ ଏହି ବୈଠକରେ ରାଜ୍ୟ କ୍ୟାବିନେଟ ଭଙ୍ଗ ସୁପାରିସ ଉପରେ ମୋହର ବାଜିଛି । ଏହାପରେ କ୍ୟାବିନେଟ ନିଷ୍ପତ୍ତିକୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ । ଏଥିସହିତ ବିଧାନସଭା ଭଙ୍ଗ ନେଇ ରାଜ୍ୟପାଳଙ୍କୁ ସୁପାରିଶ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଅନ୍ୟପଟେ ଜୁନ୍‌‌ ୨୪ ପର୍ଯ୍ୟନ୍ତ ରହିଛି ନବୀନ ସରକାର କାର୍ଯ୍ୟକାଳ ।

ସୂଚନାଯୋଗ୍ୟ ଚଳିତ ସାଧାରଣ ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ହେବ। ଭୋଟ୍‌ ଗଣତି ପୂର୍ବରୁୁ ମନ୍ତ୍ରିମଣ୍ଡଳ ଭଙ୍ଗ କରିବା ନେଇ ଆଜିର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ଭୋଟ୍‌ ଗଣତି ପରେ ସଂଖ୍ୟା ଗରି‌ଷ୍ଠତା ହାସଲ କରିଥିବା ଦଳ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କୁ ଅବଗତ କରାଇବେ। ଭାରତର ନିର୍ବାଚନ ଆୟୋଗଙ୍କ ନିର୍ବାଚନ ପ୍ରକ୍ରିୟା ଅନୁଯାୟୀ, ଜୁନ୍ ୪ରେ ଭୋଟ୍‌ ଗଣତି ରହିଛି। ଏହା ପୂର୍ବରୁ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ପୂରଣ ନେଇ ଅବଗତ କରାଇବେ।

Leave a Reply

Your email address will not be published. Required fields are marked *