ଭୁବନେଶ୍ୱର, ନିର୍ବାଚନ ଫଳାଫଳ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ସ୍ଥିତ ଚଉଷଠି ଯୋଗିନୀ ମନ୍ଦିରରେ ଆଜି ପୂଜା ଅର୍ଚ୍ଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଙ୍ଗରେ ଧର୍ମପତ୍ନୀ ମୃଦୁଳା ପ୍ରଧାନ ଉପସ୍ଥିତ ଥିଲେ । ଆଜି ପୂଜା ପରେ ମାଆଙ୍କ କୃପା ଭିକ୍ଷା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

 

ସେଠାରେ ଉପସ୍ଥିତ ଥିବା ଗାଁ ଲୋକଙ୍କ ସହ ଆଲୋଚନା କରିବା ପରେ ନିକଟ ଗାଁ ଯଶୁଆପୁରର ନୃସିଂହ ନାଥ ମନ୍ଦିର ଦର୍ଶନ କରିଛନ୍ତି । ଏହି ଅବସରରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଏଥର ପରିବର୍ତ୍ତନ ନିଶ୍ଚିତ ହେବ । ଜନସାଧାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭରସା କରିଥିବାରୁ ଏଥର ବିଜେପି ସରକାର ଗଠନ ହେବ ।ଲୋକଙ୍କ ଉନ୍ନତି ପାଇଁ ପରିବର୍ତ୍ତନ ହେଉଛି ବିଜେପି ସରକାର ହେଲେ ଓଡିଶା ଏକ ବିକଶିତ ରାଜ୍ୟ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

By SonaliP

Leave a Reply

Your email address will not be published. Required fields are marked *