ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଜଳବାୟୁ ଟାୱାର ତଳୁ ମୃତଦେହ ମିଳିବା ଘଟଣାରେ ପତିକ୍ରିୟା ରଖିଛନ୍ତି DCP । ସେ କହିଛନ୍ତି ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ବେଳେ ଘଟଣା ଘଟିଛି । ଦଶମ ମହଲାରେ ଥିବା ଏକ ଆପାର୍ଟମେଣ୍ଟକୁ ଆସିଥିଲା ବେଳେ ମୃତ୍ୟୁ ହୋଇଛି।

ମୃତକଙ୍କ ନାମ ରୋଫାନ୍ କୁରେସି । ସେମାନେ ମୃତକ ଏବଂ ତାଙ୍କ ପ୍ରେମିକା ଉଭୟେ ଭୁବନେଶ୍ବରର ଏକ ଘରୋଇ ସ୍କୁଲ୍‌ରେ ଏକାଦଶ ଶ୍ରେଣୀରେ ପଢ଼ୁଥିଲେ । ଘରେ କେହି ନ ଥିଲା ବେଳେ ଛାତ୍ର ଜଣଙ୍କ ଛାତ୍ରୀଙ୍କ ଘରକୁ ଆସିଥିଲେ । ଛାତ୍ରୀଙ୍କ ମାଆ ଘରକୁ ଆସିଯିବାରୁ ଛାତ୍ର ଜଣଙ୍କ ଭୟଭୀତ ହୋଇଥିଲେ । ଏହାପରେ ପ୍ରେମିକ ଜଣକ ବାଥ୍ ରୁମ୍ ଓ୍ବିଣ୍ଡୋ ଦେଇ ବାହରକୁ ବାହାରି ସେହି ବାଥରୁମ୍ ପାଇପ୍‌କୁ ଧରି ଲାଖି ରହିଥିଲେ। ହେଲେ ୧୦ମ ମହଲା ହୋଇଥିବାରୁ ସେ ଆଉ ତଳକୁ ଓହ୍ଲାଇପାରିନଥିଲେ। ଏହାପରେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଡିସିପି କହିଛନ୍ତି ଯେ ମୃତକଙ୍କ ସଠିକ୍ ବୟସ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇନାହିଁ, ଯଦିଓ ପ୍ରାଥମିକ ସୂଚନାରୁ ଜଣାପଡୁଛି ଯେ ସେ ଜଣେ ନାବାଳକ ଥିଲେ। ଏକ ଅପ୍ରାକୃତିକ ମୃତ୍ୟୁ (ୟୁଡି) ମାମଲା ପଞ୍ଜିକୃତ ହୋଇଛି, ଏବଂ ଡାକ୍ତରୀ-ଆଇନଗତ ପ୍ରକ୍ରିୟା ଚାଲିଛି।

ଅନ୍ୟପଟେ ମୃତ ଯୁବକଙ୍କ ବାପା ଘରୋଇ ବ୍ୟାଙ୍କରେ ରିଜିଓନାଲ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି ବୋଲି ଜଣାପଡ଼ିଛି । ତେବେ ଯୁବକଙ୍କ ପରିବାର ପକ୍ଷରୁ ଏନେଇ ଅଭିଯୋଗ ହୋଇନାହିଁ । ଛାତ୍ରଙ୍କ ପରିବାର କିଛି ଅଭିଯୋଗ ଆଣିଲେ ତାକୁ ଅନୁଧ୍ୟାନ କରିବୁ ବୋଲି ଡିସିପି କହିଛନ୍ତି।

ତେବେ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ, ଭୁବନେଶ୍ବର ଡିସିପି, ସାଇଣ୍ଟିଫିକ୍ ଟିମ୍ ଏବଂ ସ୍ପେଶାଲ୍ ସ୍କ୍ୱାଡ୍ ତଦନ୍ତ ଜାରି ରଖିଥିବା ବେଳେ। ତଦନ୍ତ ସମୟରେ, ପୋଲିସ ନବମ ମହଲାରେ ସର୍ଭିସ୍ ଡକ୍ଟ ନିକଟରେ ପୁଅର ବ୍ୟାଗ ଝୁଲୁଥିବା ଉଦ୍ଧାର କରିଛି, ଯାହା ସନ୍ଦେହକୁ ଦୃଢ଼ କରିଛି ଯେ ସେ ଭୁଲବଶତଃ ସେହି ସ୍ଥାନରୁ ଖସିପଡ଼ି ଛାତ୍ରଙ୍କ ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *