କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର ନାୟକ ଗିରଫ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଚଢ଼ାଉ ବେଳେ ତାଙ୍କ ପାଖରେ ୨ଟି କୋଠା, କଟକ ବାରଙ୍ଗ ଥାନା ମୁଣ୍ଡୁଳିରେ ୭୦୩୮ ବର୍ଗଫୁଟ ଜମି ଉପରେ ଚାରି ମହଲା କୋଠା ବାଙ୍କୀରେ ଆଉ ଏକ କୋଠା ଜବତ ହୋଇଥିଲା । ଏହା ସହିତ ୬ଟି ଦାମୀ ପ୍ଲଟ୍, ୨୮୩ ଗ୍ରାମ ସୁନା, ନଗଦ ୨.୧୪ ଲକ୍ଷ ଟଙ୍କା, ଜମା ୭୬ ଲକ୍ଷ ଟଙ୍କା, ଗୋଟିଏ ଚାରି ଚକିଆ ଯାନ ଇତ୍ୟାଦି ସମ୍ପତ୍ତି ଥିବା ଜଣାପଡ଼ିଥିଲା । ମିଳିଥିବା ସମ୍ପତ୍ତିର କୌଣସି ସନ୍ତୋଷଜନକ ଉତ୍ତର ଦେବାରେ ସେ ବିଫଳ ହେବାରୁ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *