ଗତକାଲି ଲୋକସେବା ଭବନରେ ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି ରାଜ୍ୟସଭା ସାଂସଦ ଦିଲୀପ ରୟ। ନଦୀର ଜଳସ୍ତର ବୃଦ୍ଧି ପାଇବା ସହିତ ଆସାମରେ ୪୬,୦୦୦ ରୁ ଅଧିକ ଲୋକ ବନ୍ୟାରେ ଫସି ରହିଥିବା ବେଳେ ସତ୍ୟମ୍ ଗ୍ରୁପ୍‌ର ଅଧ୍ୟକ୍ଷ ରତନ ଶର୍ମା, ତାଙ୍କ ପୁଅ ହର୍ଷ ଶର୍ମା ଏବଂ ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଭେଟି ଆବଶ୍ୟକ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଏକ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି।

ଏହାପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରାଜ୍ୟ ସଭା ସାଂସଦ ଏବଂ ମେଫେୟାର ଗ୍ରୁପ୍ ଅଫ୍ ହୋଟେଲ୍ସର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଦିଲୀପ ରାୟଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଅବଦାନ ଦେଇଥିବା ଦିଲୀପ୍ ରାୟଙ୍କ ଏହି ମହାନ ପଦକ୍ଷେପକୁ ମୁଁ ପ୍ରକୃତରେ ପ୍ରଶଂସା କରୁଛି। ଏହି ପଦକ୍ଷେପ ଏକ ଭାରତ, ଶ୍ରେଷ୍ଠ ଭାରତର ସର୍ବୋତ୍ତମ ଭାବନାକୁ ପ୍ରତିଫଳିତ କରେ ଯେଉଁଠାରେ ପ୍ରତ୍ୟେକ ରାଜ୍ୟ ପରସ୍ପରର କଲ୍ୟାଣ ପାଇଁ ଅବଦାନ ଦେବାକୁ ଆଗେଇ ଆସେ ।

Leave a Reply

Your email address will not be published. Required fields are marked *