ଓଡ଼ିଶାରେ ଦାଦନ ଶ୍ରମିକଙ୍କ ଚାଲାଣ ରୋକିବା ଏବଂ ବିନା ପଞ୍ଜୀକରଣରେ ଶ୍ରମିକ ପଠାଉଥିବା ଦଲାଲଙ୍କୁ କାବୁ କରିବାକୁ ଓଡ଼ିଶା ସରକାର କଠୋର ପଦକ୍ଷେପ ନେଇଛନ୍ତି। ସରକାରଙ୍କ ପାଖରେ ରହିବ ବାହାର ରାଜ୍ୟକୁ ଯାଇଥିବା ସମସ୍ତ ଶ୍ରମିକଙ୍କ ତଥ୍ୟ । ଦାଦନ ପ୍ରଥାକୁ ସମ୍ପୁର୍ଣ୍ଣ ରୋକିବା ପାଇଁ ଏବେ ରାଜ୍ୟବ୍ୟାପୀ ପ୍ରତ୍ୟେକ ବ୍ଲକରେ ଦାଦନ ସର୍ଭେ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି । ବେଆଇନ ଭାବେ ଲୋଭ ଦେଖାଇ ନାବାଳିକା ଓ ଶ୍ରମିକଙ୍କୁ ବାହାର ରାଜ୍ୟକୁ ପଠାଉଥିବା ଦଲାଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଶ୍ରମମନ୍ତ୍ରୀ। ଏ ନେଇ ରାଜ୍ୟର ସମସ୍ତ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଶ୍ରମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରାଯାଇଛି । ନିଜ ଅଞ୍ଚଳରୁ ବାହାରକୁ ଯାଉଥିବା ପ୍ରତ୍ୟେକ ଶ୍ରମିକଙ୍କ ସମ୍ପୂର୍ଣ୍ଣ ତଥ୍ୟ ପଞ୍ଚାୟତ ସ୍ତରରେ ସଂଗ୍ରହ କରାଯିବ । କିଏ, କେଉଁ ରାଜ୍ୟକୁ, କେଉଁ କାମ ପାଇଁ ଯାଉଛନ୍ତି ଏବଂ କେଉଁ ପରିସ୍ଥିତିରେ କାମ କରୁଛନ୍ତି—ସବୁ ଉପରେ ସରକାରଙ୍କ ସିଧାସଳଖ ନଜର ରହିବ ।ଏଥିସହ ରାଜ୍ୟ ବାହାରେ କାମ କରୁଥିବା ଓଡ଼ିଶାର ଶ୍ରମିକମାନଙ୍କ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ। ଯେଉଁ ଶ୍ରମିକମାନେ ଫେରିବାକୁ ଇଚ୍ଛୁକ, ସେମାନଙ୍କୁ ନିଜ ଜିଲ୍ଲାରେ କାର୍ଯ୍ୟଦକ୍ଷତା ଅନୁଯାୟୀ ରୋଜଗାର ଯୋଗାଇବାକୁ ସରକାର ଯୋଜନା କରୁଛନ୍ତି । Post navigation भारत के डिफेंस पावर को मिली नई धार: DRDO ने ओडिशा के चांदीपुर से पिनाका LRGR का किया सफल परीक्षण