ଜୁଲାଇ ୩୦ ତାରିଖରେ ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଅଭିଷେକ କୁମାରଙ୍କୁ ବିଜେପି ଆନୁଷ୍ଠାନିକ ପ୍ରାର୍ଥୀ ଭାବରେ ଘୋଷଣା କରିଛି। ବିଜେପି ପ୍ରାର୍ଥୀ ଅଭିଷେକ କୁମାର ବାଙ୍କିପୁର ଅଞ୍ଚଳରେ ବିଜେପି ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ସେ ଦୀର୍ଘ ସମୟ ଧରି ଦଳୀୟ ସଂଗଠନରେ ସକ୍ରିୟ ଭାବରେ ଜଡିତ ଅଛନ୍ତି।

ବାଙ୍କିପୁର ଉପନିର୍ବାଚନ ଜୁଲାଇ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ଅଗଷ୍ଟ ୩ ତାରିଖରେ ଭୋଟ ଗଣତି ହେବ। ନାମାଙ୍କନ ଦାଖଲ ପାଇଁ ଶେଷ ତାରିଖ ଜୁଲାଇ ୧୩ ତାରିଖ ରହିଛି।

 

Leave a Reply

Your email address will not be published. Required fields are marked *