ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମକୁ ନେଇ ଆପତ୍ତି ଉଠାଇ ଏହାକୁ ରୋକ୍ ଲଗାଇବାକୁ ଅପିଲ୍ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି କହିଛନ୍ତି ଆସନ୍ତା ଜୁଲାଇ ୧୦ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ । ଫିଲ୍ମରେ ମହାପ୍ରଭୁଙ୍କର ସମ୍ପୂର୍ଣ୍ଣ ମନଗଢ଼ା ଓ କାଳ୍ପନିକ କାହାଣୀ ପ୍ରଦର୍ଶନ କରାଯାଇଛି । ଯାହା ଆମର ପବିତ୍ର ଶାସ୍ତ୍ର ସହିତ ଆଦୌ ମେଳ ଖାଉନାହିଁ । ଯାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବ । ସେ ଆହୁରି କହିଛନ୍ତି ଚଳଚ୍ଚିତ୍ରର ସମସ୍ତ ବିଷୟବସ୍ତୁ ସଠିକ୍ ଭାବେ ଯାଞ୍ଚ ହେବା ଆବଶ୍ୟକ ରହିଛି। ଯାଞ୍ଚ ପର୍ଯ୍ୟନ୍ତ ସିନେମା ହଲ୍ କିମ୍ବା ଡିଜିଟାଲ୍ ପ୍ଲାଟଫର୍ମରେ ଫିଲ୍ମକୁ ସ୍ଥଗିତ ରଖାଯାଉ । ଏହା ସହ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ଶୁଦ୍ଧତା ବଜାୟ ରଖିବା ପାଇଁ ପ୍ରଯୋଜକଙ୍କୁ ନିବେଦନ କରୁଛି। Post navigation India T20I Squad for Zimbabwe Announced: ଜିମ୍ବାୱେ ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା Manipur: 2 Assam Rifles personnel killed in ambush by Militants