କଟକର ନରାଜ ନିକଟ ମହାନଦୀରେ ଅଘଟଣ । ସେଲ୍ଫି ନେବା ବେଳେ ଭାସିଗଲେ ୩ ଯୁବକ। ପ୍ରବଳ ପାଣି ମାଡ଼ି ଆସିବାରୁ ୩ ଯୁବକ ଆଜି ନରାଜ ପୁରୁଣା ବନ୍ଧ ପାଖରେ ଭସିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ; କଟକ ସହରର ମାଛୁଆବଜାର ଅଞ୍ଚଳର ତିନି ଜଣ ଯୁବକ ବାହାରକୁ ବୁଲିବାକୁ ନଦୀକୂଳକୁ ଯାଇଥିବା ବେଳେ ନରାଜର ପୁରୁଣା ବନ୍ଧ ଅଞ୍ଚଳ ନିକଟରେ ଲ ସେଲଫି ନେଉଥିବା ସମୟରେ ଯୁବକମାନେ ଦୁର୍ଘଟଣାବଶତଃ ନଦୀକୁ ଖସି ପଡ଼ିଥିଲେ। ଏହାପରେ ଏହି ଘଟଣା ଦେଖିବା ପରେ ସ୍ଥାନୀୟ ବାସିନ୍ଦାମାନେ ODRAF ଦଳକୁ ତୁରନ୍ତ ଖବର ଦେଇଥିଲେ। ଘଟଣାସ୍ଥଳରେ ODRAF ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କିଛି ସମୟରେ ତିନି ଜଣ ଯୁବକଙ୍କ ମଧ୍ୟରୁ ଦୁଇଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ବେଳେ ମାଛୁଆବଜାରର ୨୩ ବର୍ଷୀୟ ଆକାଶ ବେହେରା ନାମକ ଜଣେ ଯୁବକ ନିଖୋଜ ଅଛନ୍ତି। Post navigation Corruption Allegations in OCAC Tender: ଓକାକ ଟେଣ୍ଡର ମହାଦୁର୍ନୀତିକୁ ବିଜେପି ସରକାର ଘଂଟ ଘୋଡାଉଛନ୍ତି- ଯୁବ କଂଗ୍ରେସ