ପୁରୀ ନିର୍ବାଚନମଣ୍ଡଳୀର ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ୍ ହ୍ୟାକ୍ । ଏ ନେଇ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ସାଂସଦ ସମ୍ବିତ ପାତ୍ର ।ତାଙ୍କ ନମ୍ବରରୁ ପଠାଯାଇଥିବା କୌଣସି ମେସେଜ୍ କିମ୍ବା ଟଙ୍କା ପାଇଁ ଅନୁରୋଧକୁ ବିଶ୍ୱାସ ନ କରିବାକୁ ଲୋକଙ୍କୁ ଚେତାବନୀ ଦେଇଛନ୍ତି ସମ୍ବିତ ପାତ୍ର।

ସେ କହିଛନ୍ତି, ମୋର ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ ହୋଇଛି।ହ୍ୱାଟ୍ସଆପ୍ ହ୍ୟାକ୍ ପରେ, ମୋ ନମ୍ବରରୁ ଲୋକଙ୍କୁ ଭ୍ରମାତ୍ମକ ମେସେଜ୍ ପଠାଯାଉଛି ଏବଂ ବିଭିନ୍ନ ଉପାୟରେ ଟଙ୍କା ଦାବି କରାଯାଉଛି। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏପରି ସମସ୍ତ ମେସେଜ୍ ସମ୍ପୂର୍ଣ୍ଣ ନକଲି ଏବଂ ଏକ ସାଇବର ଅପରାଧର ଅଂଶ। ଏଗୁଡ଼ିକର ମୋ ସହିତ କୌଣସି ସମ୍ପର୍କ ନାହିଁ।

ଏହି ଘଟଣା ବିଷୟରେ ଜାଣିବା ମାତ୍ରେ ମୁଁ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀମାନଙ୍କୁ ଜଣାଇଲି। ଏହି ମାମଲାରେ ଆବଶ୍ୟକୀୟ ଆଇନଗତ ଏବଂ ବୈଷୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ମୋର ବିନମ୍ର ଅନୁରୋଧ ଯେପର୍ଯ୍ୟନ୍ତ ମୋର ହ୍ୱାଟ୍ସଆପ୍ ନମ୍ବର ସୁରକ୍ଷା (ପୁନରୁଦ୍ଧାର) ନହୋଇଛି, ସେପର୍ଯ୍ୟନ୍ତ ମୋ ନମ୍ବରରୁ ଆସୁଥିବା କୌଣସି ମେସେଜ୍, କଲ୍ କିମ୍ବା ଆର୍ଥିକ କାରବାର ସମ୍ବନ୍ଧୀୟ ଅନୁରୋଧକୁ ବିଶ୍ୱାସ କରନ୍ତୁ ନାହିଁ। ଦୟାକରି କୌଣସି ପ୍ରକାରେ ଟଙ୍କା ପଠାନ୍ତୁ ନାହିଁ, ଏବଂ ଯଦି ଆପଣ କୌଣସି ସନ୍ଦେହଜନକ ମେସେଜ୍ ପାଆନ୍ତି, ତେବେ ଏହାର ଉତ୍ତର ଦେବାରୁ ମଧ୍ୟ ନିବୃତ୍ତ ରୁହନ୍ତୁ ବୋଲି ଅନୁରୋଧ କରିଥିଲେ ସମ୍ବିତ ପାତ୍ର।

Leave a Reply

Your email address will not be published. Required fields are marked *