ଆନ୍ଦୋଳନରତ ଡାକ୍ତରଙ୍କ ବନ୍ଦ ହେବ ଦରମା । OMSA ଆନ୍ଦୋଳନରେ ସାମିଲ ଡାକ୍ତରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ସ୍ୱାସ୍ଥ୍ୟ ବିଭାଗ । OMHS କ୍ୟାଡର୍ ମେଡିକାଲ ଅଫିସରଙ୍କ ଦରମା ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି ।ସ୍ୱାସ୍ଥ୍ୟ ସେବା ବ୍ୟାହତ ହେଉଥିବା ଦେଖି ସରକାର ଏକ ବଡ଼ ପ୍ରଶାସନିକ ନିଷ୍ପତ୍ତି କ୍ରମେ ଆନ୍ଦୋଳନରତ ଓଏମ୍ ଏଚ୍ ଏସ୍ କ୍ୟାଡର ଡାକ୍ତରମାନଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଆନ୍ଦୋଳନରେ ସାମିଲ ଥିବା ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କୁ ଚାକିରିରୁ ବାହାର କରିଦେବାକୁ ମଧ୍ୟ ଚେତାବନୀ ଦିଆଯାଇଛି । ଏ ନେଇ ରାଜ୍ୟର ସବୁ ମେଡିକାଲ୍ କଲେଜ ଓ ହସ୍ପିଟାଲ୍, ସିଡିଏମ୍ ଓ ପିଏଚ୍ଓଙ୍କୁ ଚିଠି ଜାରି କରାଯାଇଛି । Post navigation Odisha Doctors Strike: ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗଦେବାକୁ ସରକାରଙ୍କ ଅନୁରୋଧ Odisha CM Meets Nitin Nabin in Delhi: ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ