ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ମିଶନ ଶକ୍ତିର ପୂର୍ବତନ ସଚିବ ସୁଜାତା ରାଉତ ଗୁରୁବାର ଦଳୀୟ ମୁଖ୍ୟାଳୟ ଶଙ୍ଖ ଭବନଠାରେ ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି । ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ରାଉତ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ନିଷ୍ଠା ଓ ସମର୍ପଣ ସହ ଦଳ ପାଇଁ କାମ କରିବେ । ୨୪ ବର୍ଷ ଧରି ନବୀନଙ୍କ ନେତୃତ୍ବରେ କାର୍ଯ୍ୟ କରିଛନ୍ତି । ଜଣେ ପ୍ରଶାସକ ଭାବେ ତାଙ୍କ ସ୍ୱପ୍ନକୁ ସାକାର କରିବାକୁ ଚେଷ୍ଟା କରିଛନ୍ତି । ଏବେ ନବୀନଙ୍କ ନେତୃତ୍ବରେ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ମିଳିଲା । ଏହା ମୋ ପାଇଁ ଗୌରବର ବିଷୟ । ପ୍ରଭୁ ଜଗନ୍ନାଥ ଓ ଲକ୍ଷଲକ୍ଷ କର୍ମୀଙ୍କ ଆଶୀର୍ବାଦରେ ନିଷ୍ଠା ଓ ସମର୍ପଣ ସହ କାମ କରିବି ବୋଲି ସେ କହିଛନ୍ତି । ୨୦୨୪ ନିର୍ବାଚନ ପରାଜୟ ପରେ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ବିଜେଡି ପ୍ରୟାସ କରୁଥିବା ବେଳେ ସୁଜାତାଙ୍କ ଯୋଗଦାନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । Post navigation Tamil Nadu Gas Tragedy: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି; ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି Odisha Govt To Distribute Free School Bags: ଛାତ୍ରୀଛାତ୍ରୀମାନଙ୍କୁ ମିଳିବ ମାଗଣା ନୂଆ ସ୍କୁଲ୍ ବ୍ୟାଗ୍