ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ଝଡ଼ବର୍ଷା, ବଜ୍ରପାତ ଏବଂ ଝଡ଼ ପବନ ହେବାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୱାର୍ଣ୍ଣିଂ ଜାରି କରିଛି।

ଆଜି ପାଇଁ ୬ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଝଡ଼ବର୍ଷା, ବଜ୍ରପାତ ଏବଂ ୪୦ ରୁ ୫୦ କିଲୋମିଟର ବେଗରେ ପ୍ରବଳ ପୃଷ୍ଠ ପବନ ହେବାର ସମ୍ଭାବନା ଅଛି।

Leave a Reply

Your email address will not be published. Required fields are marked *