କେନ୍ଦୁଝର ଜିଲ୍ଲା ନରଣପୁରରେ ତାଣ୍ଡବ ରଚିଛି କାଳବୈଶାଖୀ ।ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ପ୍ରବଳ ଝଡ଼ବର୍ଷା ଓ ପବନ ଯୋଗୁଁ ନରଣପୂର ଅଞ୍ଚଳରେ ଏକ ବିରାଟ ଟେଣ୍ଟ ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପ୍ରଶାସନ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇ ଆହତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

ଏହା ସହ ଝଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ଏବଂ କ୍ଷତିଗ୍ରସ୍ତ କରିଥିଲା, ଯାହା ଫଳରେ ବ୍ୟାପକ ବାଧା ସୃଷ୍ଟି ହୋଇଛି।

ଅନ୍ୟପଟେ କେନ୍ଦୁଝର ଜିଲ୍ଲା ସଦର ତହସିଲର ନରଣପୁରଠାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ଯୋଗୁଁ ୩ ଜଣଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ‌ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *