ମେ’ ୨୦ରେ ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ଡାକରା । ଅଲ ଇଣ୍ଡିଆ ଅର୍ଗାନାଇଜେସନ ଅଫ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ (AIOCD) ପକ୍ଷରୁ ଅନ୍ଲାଇନ୍ ମେଡିସିନ୍ ବିକ୍ରିକୁ ବିରୋଧ କରି ଚଳିତ ମାସ ୨୦ ତାରିଖରେ ସାରା ଦେଶରେ ଔଷଧ ଦୋକାନ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ସତର୍କ ହୋଇଛନ୍ତି ଓଡ଼ିଶା ସରକାର । ଜରୁରୀ ଔଷଧ ଯୋଗାଣ ନିଶ୍ଚିତ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଜୀବନରକ୍ଷାକାରୀ ଔଷଧର ଅଭାବ ନହେବା ପାଇଁ ହସ୍ପିଟାଲ୍ରେ ମେଡିକାଲ୍ ଷ୍ଟୋର ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। Post navigation Vigilance unearths 33 Plots, 39.64 Acres of Land linked to R&B Engineer in Kalahandi Eastern Regional Agriculture Conference: କୋରାପୁଟରେ ହେବ ୧ ଲକ୍ଷ ଏକରରେ କଫି ଚାଷ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ