ବହୁ ଚର୍ଚ୍ଚିତ ଗୋପାଳପୁର ଥାନା ଅଞ୍ଚଳର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ରାସ୍ତାରୁ ଟେକି ନେଇ ହତ୍ୟା ଘଟଣାରୁ ଉଠିଲା ପରଦା । ଏହି ହତ୍ୟା ପଛରେ ରହିଛି ସମ୍ପତ୍ତି ଭାଗବଣ୍ଟା। ସମ୍ପତ୍ତିକୁ ନେଇ ପରିବାର ମଧ୍ୟ ବିବାଦ ଥିବା ଜଣାପଡ଼ିଛି ।କିଛିଦିନ ପୂର୍ବରୁ ସୁଧୀରଙ୍କ ବଡ଼ ଭାଇଙ୍କର ମୃତ୍ୟୁ ହୋଇଥିଲା । ସୁଧୀରଙ୍କ ମୃତ୍ୟୁ ଘଟଣାରେ ପୁତୁରା ଓ ଝିଆରୀ ସମେତ ୯ ଜଣଙ୍କୁ ଗିରଫ କରିଛି ପୋଲିସ। ଆଜି ସାମ୍ବାଦିକ ସମ୍ମିଳନୀରେ ଏସପି ଦେଇଥିବା ସୂଚନା ମୁତାବକ, ଏହି ଜଘନ୍ୟ ହତ୍ୟାକାଣ୍ଡରେ ସୁଧୀରଙ୍କ ନିଜ ଝିଆରୀ ହିଁ ମୁଖ୍ୟ ଅଭିଯୁକ୍ତ। ତଦନ୍ତରୁ ଜଣାପଡ଼ିଛି ଯେ, ମୃତକଙ୍କ ଝିଆରୀ ନିବେଦିତା ପାତ୍ର ନିଜ ବୟଫ୍ରେଣ୍ଡ କାଳୁ ପ୍ରଧାନ ସହ ମିଶି ସୁଧୀରଙ୍କୁ ହତ୍ୟା କରିବା ପାଇଁ ପୂରା ପ୍ଲାନିଂ କରିଥିଲା। ଏହି ହତ୍ୟା ଯୋଜନାର ମାଷ୍ଟରମାଇଣ୍ଡ ଥିଲା କାଳୁ ପ୍ରଧାନ। ଏଥିରେ ନିବେଦିତାଙ୍କ ଭାଇ ତୁଷାର ପାତ୍ର ମଧ୍ୟ ସାମିଲ ଥିଲେ। ହତ୍ୟା ଘଟଣାରେ ସୁଧୀରଙ୍କ ସମ୍ପର୍କୀୟ ତଥା ସତ୍ୟନାରାୟଣପୁର ଗ୍ରାମର ତୁଷାର କୁମାର ପାତ୍ର, ତାଙ୍କ ଭଉଣୀ ନିବେଦିତା ପାତ୍ର, ନିବେଦିତା ପୁରୁଷ ବନ୍ଧୁ ଗାଙ୍ଗପୁର ଥାନା କାଳିଆଗୁଡ଼ ଅଞ୍ଚଳର କାଳୁ ଚରଣ ପ୍ରଧାନ, ଆଶିଷ ମହାପାତ୍ର, ଗୋଳାବନ୍ଧର ନାରାୟଣ ପ୍ରଧାନ, ହିଞ୍ଜିଳି ଥାନା ଅଞ୍ଚଳର ଶୁଭମ ନାୟକ, ଶୁଭମ ଗୌଡ଼, ସୂର୍ଯ୍ୟ ପ୍ରତାପ ସିଂ ଓ ଜିତୁନ୍ ପଳେଇ । ପୋଲିସ ଏବେ ସମସ୍ତ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ଅଧିକ ତଦନ୍ତ ଜାରି ରଖିଛି। ସୁଧୀରଙ୍କୁ ଅପହରଣ କରି ପିଟି ପିଟି ମାରିବା ପରେ ଫିଙ୍ଗି ଦେଇଥିଲେ । ପିଟି ପିଟି ମାରିଛନ୍ତି, ଧମକାଇବାକୁ ବନ୍ଧୁକ ବ୍ୟବହାର କରିଛନ୍ତି । ହତ୍ୟାକାଣ୍ଡ ପାଇଁ ଆର୍ଥିକ କାରବାର ମଧ୍ୟ ହୋଇଛି । ଏହି ଘଟଣା ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ତଦନ୍ତ ଜାରି ରହିଛି । ସେହିପରି ନାରାୟଣ ପ୍ରଧାନ ନାଁରେ ଡବଲ ମର୍ଡର ମାମଲା ରହିଛି । ଜିତୁନ ପଲାଇ ନାଁରେ ଏନ୍ଡିପିଏସ୍ ଓ ଦୁଷ୍କର୍ମ ମାମଲା ରହିଥିବା ବେଳେ ସୂର୍ଯ୍ୟ ପ୍ରତାପ ନାଁରେ ମଧ୍ୟ ପୂର୍ବରୁ ୪ରୁ ୫ ମାମଲା ରହିଛି ବୋଲି କହିଛନ୍ତି ଏସପି । ସୂଚନା ଯୋଗ୍ୟ; ଗଞ୍ଜାମର ଗୋପାଳପୁର ନିକଟ ସତ୍ୟନାରାୟଣପୁର ଗ୍ରାମର ବାସିନ୍ଦା ଏବଂ ବାଲୁଗାଁ, ନାଚୁଣୀ ଏବଂ ଖଲ୍ଲିକୋଟ ଭଳି ଅଞ୍ଚଳରେ ଜମି ଏବଂ ପ୍ଲଟ୍ କାରବାରରେ ଜଡିତ ସୁଧୀର ଏପ୍ରିଲ ୧୫ ତାରିଖ ସନ୍ଧ୍ୟାରେ ଭଲିବଲ୍ ଖେଳି ନିଜ ମୋଟରସାଇକେଲରେ ଘରକୁ ଫେରୁଥିବା ସମୟରେ ତାଙ୍କୁ ଅପହରଣ କରାଯାଇଥିଲା। ଘଟଣାଟି ରାତି ୮ଟା ବେଳେ ଗୋପାଳପୁର ଥାନା ଅନ୍ତର୍ଗତ ଡୁରା ଡିଫେନ୍ସ କଲୋନି ଅଞ୍ଚଳରେ ଘଟିଥିଲା। ପରେ ତାଙ୍କ ମୋଟରସାଇକେଲ ଘଟଣାସ୍ଥଳରୁ ମିଳିଥିଲା, ଯାହା ପରେ ତାଙ୍କ ପରିବାର ଥାନାରେ ଅଭିଯୋଗ ଦାଖଲ କରିଥିଲେ। ତେବେ ପୋଲିସ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା। ଗତକାଲି (ବୁଧବାର) ଦିନ ସୋରଡା ଥାନା ଅନ୍ତର୍ଗତ ବାଲାପଙ୍କା ଗ୍ରାମ ନିକଟ ରାଶିପଙ୍କଲ ସେତୁ ନିକଟରେ ପୋଲିସ ଏକ ପଚିଯାଇଥିବା ମୃତଦେହ ବିଷୟରେ ସୂଚନା ପାଇଥିଲା। ଫୋରେନସିକ୍ ବିଶେଷଜ୍ଞ ଏବଂ ପରିବାର ସଦସ୍ୟଙ୍କ ସମେତ ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା ଅପହରଣ ସମୟରେ ସୁଧୀର ପିନ୍ଧିଥିବା ପୋଷାକ ଦେଖି ମୃତଦେହ ଚିହ୍ନଟ କରାଯାଇଥିଲା। Post navigation CBSE Board Exam 2026: ମେ ୧୫ରୁ CBSE ଦ୍ବିତୀୟ ବୋର୍ଡ ପରୀକ୍ଷା School Holiday: ଆଜି ଆସିପାରେ ରାଜ୍ୟରେ ସ୍କୁଲ ଛୁଟି ନେଇ ଚୂଡାନ୍ତ ନିଷ୍ପତ୍ତି