ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଖରା ସାଙ୍ଗକୁ ଭୀଷଣ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଚାଲିଛି। ଖରାକୁ ଦୃଷ୍ଟିରେ ରଖି ଅନେକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପ୍ରଶାସନ। ଏହାରି ମଧ୍ୟରେ ସ୍କୁଲ ଛୁଟି ନେଇ ଆଜି ଆସିପାରେ ବୋଲି ସୂଚନା ମିଳିଛି। ଏସଆରସିଙ୍କ ସହ ବୈଠକ ପରେ ନିଷ୍ପତ୍ତି ନେବ ଗଣଶିକ୍ଷ ବିଭାଗ। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ତାପମାତ୍ରା ବଢୁଥିବା ବେଳେ ୧୮ରୁ ଅଧିକ ଜିଲ୍ଲାରେ ସ୍କୁଲ ଛୁଟି ହେଲାଣି। ବୈଠକ ଏସଆରସିଙ୍କ ଆଲୋଚନା କରିବି । ଦିନେ ଦୁଇ ଦିନରେ ସ୍କୁଲ ଛୁଟିକୁ ନେଇ ହୋଇପାରେ ଘୋଷଣା। ସୂଚନା ଅନୁଯାୟୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ Special Relief Commissioner (SRC)ଙ୍କ ସହ ଆଜି ଏନେଇ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ସ୍କୁଲ ଛୁଟି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପୂର୍ବରୁ ରାଜ୍ୟର ୧୮ରୁ ଅଧିକ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସାମୟିକ ଭାବେ ସ୍କୁଲ ଛୁଟି ଘୋଷଣା କରାଯାଇସାରିଛି। ତଥାପି, ସମଗ୍ର ରାଜ୍ୟ ପାଇଁ ଏକ ସଂଯୁକ୍ତ ନିଷ୍ପତ୍ତିକୁ ଅଭିଭାବକ ଓ ଛାତ୍ରଛାତ୍ରୀ ଅତ୍ୟନ୍ତ ଅପେକ୍ଷା କରୁଛନ୍ତି। କାରଣ ତାତି ମଧ୍ୟରେ ଏହି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ଵସ୍ତି ଆଣିବ କି, ସମସ୍ତଙ୍କ ଦୃଷ୍ଟି ଏବେ ସରକାରଙ୍କ ଉପରେ। Post navigation Berhampur Murder Case Cracked: ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା; ଝିଆରୀ ଖଳନାୟିକା Seashore Chit Fund Scam: ସିଶୋର ଚିଟ୍ ଫଣ୍ଡ ମାମଲା; ରଦ୍ଦ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ପ୍ରଭାତ ବିଶ୍ୱାଳ