ବନ ଅଧିକାରୀଙ୍କ ଗାଡ଼ିରୁ ମିଳିଲା ଲକ୍ଷାଧିକ ଟଙ୍କା । ୨ ଲକ୍ଷ ୩୩ ହଜାର ଟଙ୍କା ସହ ଧରାପଡ଼ିଲେ ଗୁଡ଼ାରୀ ରେଞ୍ଜର । ଗୁଡ଼ାରୀ ରେଞ୍ଜର ସୁକୁମାର ଡୁଖୁଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍ ।

ସୂଚନା ଯୋଗ୍ୟ; ରେଞ୍ଜର ବନ ଅଧିକାରୀ ସୁକୁମାର ଦୁଖୁ ତାଙ୍କ ଅଫିସ ଗାଡ଼ି (ନମ୍ବର- OD18K-7041 ବୋଲେରୋ)ରେ ଗୁଡାରିରୁ ନବରଙ୍ଗପୁରର ସେନାପତି ଷ୍ଟ୍ରିଟ୍ ସ୍ଥିତ ତାଙ୍କ ବାସଭବନକୁ ଫେରୁଥିଲେ । ଏହି ସମୟରେ ଭିଜିଲାନ୍ସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏକ ଟିମ୍ ନବରଙ୍ଗପୁରର ଇନ୍ଦ୍ରାବତୀ ସେତୁ ନିକଟରେ ଅଟକାଇଥିଲେ । ତାଙ୍କ ଗାଡ଼ି ତଲାସ କରିବା ସମୟରେ ୨ ଲକ୍ଷ ୩୩ ହଜାର ନଗଦ ଟଙ୍କା ମିଳିଥିଲା । ବନ ଅଧିକାରୀ ଏହି ଟଙ୍କା ବିଷୟରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ ।

ତେବେ ଏହି ଟଙ୍କା କେଉଁଠୁ ଆସିଲା ଏବଂ କିଏ ଦେଇଛି ସେ ସମ୍ପର୍କରେ ତଥ୍ୟ ଲୁଚାଇଥିଲେ । ଫଳରେ ଭିଜିଲାନ୍ସ ଅଧିକାରୀ ସୁକୁମାର ଦୁଖୁଙ୍କ ଉକ୍ତ ଟଙ୍କା ଏବଂ ଗାଡ଼ିକୁ ଜବତ କରିବା ସହିତ ତାଙ୍କୁ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *