ଅନେକଙ୍କୁ ଏହି ଖବର କେବଳ ଚକିତ କରିବ ତା’ ନୁହେଁ ବରଂ ଦାରୁଣ ଆଘାତ ମଧ୍ୟ ଦେବ । ନବୀନ ସରକାରଙ୍କ ପାପର ବୋଝ ପିଢ଼ି ପରେ ପିଢ଼ି କେତେ ପୀଡ଼ାଦାୟକ ତାହା ସମସ୍ତେ ଅବଶ୍ୟ ବୁଝିବେ ଆଜି ନହେଲେ କାଲି । ଯାହା ବଂଶଧାରାରେ ଘଟିଲା ତାହା ମଧ୍ୟ ମହାନଦୀ ଜଳ ବିବାଦରେ ଘଟିବ । ଏସବୁ ହେଉଛି ପୂର୍ବ ନବୀନ ସରକାରଙ୍କ ଖାମଖିଆଲି, ବେପରୁଆ ଏବଂ ଓଡ଼ିଶା ବିରୋଧୀ ମତଲବର ଫଳ ।

ବଂଶଧାରା ଟ୍ରିବ୍ୟୁନାଲର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି । ରାୟ ପ୍ରକାଶ ପାଇବା ସଙ୍ଗେସଙ୍ଗେ ଜଳଶକ୍ତି ମନ୍ତ୍ରଣାଳୟ ଏହାର ଗେଜେଟ ନୋଟିଫିକେଶନ ମଧ୍ୟ କରିଦେଇଛନ୍ତି । ସବୁକିଛି ଏପ୍ରିଲ ମାସରେ ଘଟିଛି । ଓଡ଼ିଶା ସରକାରଙ୍କ ପାଖରେ କେବଳ ଜଳକା ହୋଇ ଅନା ମନାଇବା ଛଡ଼ା ଆଉ କୌଣସି ଚାରା ବି ନାହିଁ । ବଂଶଧରା ଟ୍ରିବ୍ୟୁନାଲ ରାୟ ବାବଦରେ ଦିଲ୍ଲୀରେ ବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ କି ପ୍ରତିକ୍ରିୟା ଦେବେ ଜଣାନାହିଁ । କିନ୍ତୁ ଜଳ ବିବାଦକୁ ସଠିକ୍ ଡଙ୍ଗରେ ଉପସ୍ଥାପିତ କରାଯାଇପାରିନଥିବାରୁ କେବଳ ଅର୍ଥ ଶ୍ରାଦ୍ଧ ହୋଇଛି, ଓଡ଼ିଶାର ସ୍ୱାର୍ଥ ନଦୀରେ ଭାସିଯାଉଛି।

ବଂଶଧାରା ଜଳ ବିବାଦ ଟ୍ରିବ୍ୟଡାଇ ଦଶନ୍ଧି ଧରି ଚାଲିଆସିଥିବା ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ମଧ୍ୟରେ ବିବାଦ ଭିତରେ ଗୁରୁତ୍ବପୂର୍ଣ୍ଣ ରାୟରେ ନେରେଡି ବ୍ୟାରେଜ ନିର୍ମାଣକୁ ସବୁଜ ସଙ୍କେତ ଦେଉଛନ୍ତି । ଏହି ରାୟକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବେଶ୍ ଉଦଫୁଲିତ ହୋଇପଡ଼ିଛନ୍ତି ଆଉ ବ୍ୟାରେଜ ନିର୍ମାଣ ଶୀଘ୍ର ଶେଷ ହେବ ବୋଲି କହିସାରିଛନ୍ତି ।

ନେଭେଡ଼ି ବ୍ୟାରେଜ ନିର୍ମାଣକୁ ଟ୍ରିବ୍ୟୁନାଲ ସବୁଜ ସଂକେତ ଦେବା ଦ୍ୱାରା ଆନ୍ଧ୍ରପ୍ରଦେଶର ଅଢ଼େଇ ଲକ୍ଷ ଏକର ଜମିକୁ ଜଳ ସେଚନ ସୁବିଧା ମିଳିବ। ଓଡ଼ିଶା ପାଇବ ମାତ୍ର ୫୦ ପ୍ରତିଶତ ଜଳ । ବ୍ୟାରେଜ ନେଇ ଯେଉଁ ୧୧୫ ଟିଏମ୍‌ସି ଜଳ ପ୍ରବାହିତ ହେବ ସେଥିରୁ ଆନ୍ଧ୍ର ଏବଂ ଓଡ଼ିଶାର ଭାଗ ୫୦-୫୦ ପ୍ରତିଶତ।

ଓଡ଼ିଶା ପାଇଁ କଟା ଘା’ରେ ଲୁଣ ଛିଟା ଦେଲା ଭଳି ଆଉ ଏକ ରାୟ ଶୁଣାଇଛନ୍ତି ଟ୍ରିବ୍ୟୁନାଲ । ଓଡ଼ିଶା ୧୦୬ ଏକର ଜମି ଅଧିଗ୍ରହଣ କରିବ ଏବଂ ସେଇ ଜମିକୁ ଆନ୍ଧ୍ରପ୍ରଦେଶକୁ ଦେବ । ଏହି ଜମିରେ ବ୍ୟାରେଜ ସୁରକ୍ଷା ପାଇଁ ପ୍ରାଚୀର ନିର୍ମାଣ ହେବ ଏବଂ ଏହାସହ କେନାଲ ମଧ୍ୟ ସଂଯୋଗ କରାଯିବ କେବକ ସେତିକି ନୁହେଁ କାଟରାଗଡା ବାଟ ଦେଇ ଜୁନ୍‌ ୧ରୁ ନଭେମ୍ବର ୩୦ ଭିତରେ ଆନ୍ଧ୍ର ୮ ଟିଏମସି ଜଳ ନେବ। ଆନ୍ଧ୍ରପ୍ରଦେଶ ବ୍ୟାରେଜ କରିବ ବୋଲି କହିଛନ୍ତି ଟ୍ରିବ୍ୟୁନାଲ ।

ଟ୍ରିବ୍ୟୁନାଲ ରାୟ ପ୍ରକାଶ ପାଇବାର ଦୁଇଦିନ ଭିତରେ କେନ୍ଦ୍ର ସରକାର ଏ ନେଇ ଗେଜେଟ ନୋଟିଫିକେସନ କରିଦେଇଛନ୍ତି । ୨୦୧୭ରେ ଏଭଳି ଗେଜେଟ ନୋଟିଫିକେସନ ସମତି ଦେବା ନେଇ ଆପତ୍ତି କରିଥିଲା ଓଡ଼ିଶା । ସୁପ୍ରିମ୍‌ କୋର୍ଟରେ ଓଡ଼ିଶାର ଏସ୍ଏଲପି ବିଚାରାଧୀନ ଅଛି। ଓଡ଼ିଶା ବାରମ୍ବାର ଯୁକ୍ତି କରିଆସୁଥିଲା ଯେ ନେରେଡି ବ୍ୟାରେଜ ଦ୍ବାରା ଓଡ଼ିଶାର ସ୍ୱାର୍ଥ ବ୍ୟାହତ ହେବ । ଓଡ଼ିଶାର କିଛି ଅଂଶ କ୍ଲିଷ୍ଟ ଏବଂ ଅନ୍ୟ କିଛି ଅଂଶ ବନ୍ୟ ପ୍ଲାବିତ ହେବ ବୋଲି କୁହାଯାଇଥିଲା । କିନ୍ତୁ ଯେଉଁଭଳି ତଗଡ଼ା ଯୁକ୍ତି ଟ୍ରିବ୍ୟୁନାଲ ଆଗରେ କରିବା କଥା ତାହା କରାଯାଇ ପାରିନଥିଲା ।

ଅନୁଗର୍ଗ ୬ବର୍ଷରୁ ଅଧିକ କାଳ ଜଳ ସମ୍ପଦ ବିଭାଗର ସଚିବ ରହିଛନ୍ତି । ନବୀନ ସରକାର ଅମଳରେ କୌଣସି ନଦୀରେ ନୂଆ ବ୍ୟାରେଜଟିଏ ନିର୍ମାଣ ହୋଇପାରିନାହିଁ । ପୋଲାବରମ୍, ମହାନଦୀ ଏବଂ ବଂଶଧାରାଙ୍କୁ ଦେଇ କେବଳ ରାଜନୀତି କରୁଥିଲା ବିଜୁ ଜନତା ଦଳ ସବୁଠୁ କ୍ଷତି ଓଡ଼ିଶା ସହିବାକୁ ଯାଇଛି ଜଳ ସମ୍ପଦ କ୍ଷେତ୍ରରେ ।

Leave a Reply

Your email address will not be published. Required fields are marked *