Former Bargarh MLA Sadhu Nepak returns to Congress
ପୂର୍ବତନ ବରଗଡ଼ କଂଗ୍ରେସ ବିଧାୟକ ସାଧୁ ନେପାକ ଆଜି ତାଙ୍କ ଶତାଧିକ ସମର୍ଥକଙ୍କ ସହିତ କଂଗ୍ରେସ ଭବନଠାରେ ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡିଶା ସହ-ପ୍ରଭାରୀ ଜେଟ୍ଟୀ କୁସୁମ କୁମାର ତଥା ଅନ୍ୟ ତୁଙ୍ଗ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ବିଜେଡି ପରିତ୍ୟାଗ କରି କଂଗ୍ରେସ ଦଳରେ ପୁନର୍ବାର ଯୋଗଦାନ ଦେଇଛନ୍ତି ।
 
ମିଶ୍ରଣ ସଭାକୁ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ପରିଚାଳନା କରି ସମବେତ ବରିଷ୍ଠ ନେତୃବୃନ୍ଦ, ଗଣମାଧ୍ୟମ, ବରଗଡ଼ରୁ ଆସିଥିବା ସମର୍ଥକ ଏବଂ ଉପସ୍ଥିତ କଂଗ୍ରେସ କର୍ମକର୍ତ୍ତାଙ୍କୁ ନେପାକଙ୍କ ବିଷୟରେ ସୂଚନା ପ୍ରଦାନ କରିବା ସହ କଂଗ୍ରେସ ପ୍ରତି ବରଗଡ଼ ଭୂମିର ଅବଦାନ ବିଷୟରେ ମଧ୍ୟ ପ୍ରକାଶ କରିଥିଲେ ।
 
ମିଶ୍ରଣ ସଭାରେ ନିଜ ବ୍ୟକ୍ତବ୍ୟ ରଖି ପିସିସି ସଭାପତି ଭକ୍ତ ଚରଣ ଦାସ କହିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ସମୟରେ ସାଧୁ ବାବୁ ଏବଂ ମୁଁ ମିଶିକି ଅନେକ ଗୁଡିଏ ସାଙ୍ଗଠନିକ କାର୍ଯ୍ୟ କରିଛୁ । ସାଧୁ ବାବୁ ଅବହେଳିତ ଜନତା ଏବଂ ବିଶେଷକରି କୃଷକ ମାନଙ୍କ ଅଧିକାର ଆନ୍ଦୋଳନର ଜଣେ ଆଗଧାଡିର ପୁରୋଧା । ବରଗଡ଼ରେ କଂଗ୍ରେସ ପାଇଁ ତାଙ୍କ ଗୁରୁତ୍ୱପୂର୍ଣ ଅବଦାନ ଅଛି । ସାଧୁ ବାବୁଙ୍କ କଂଗ୍ରେସକୁ ଘରବାହୁଡା ସୂଚାଉଛି ଭବିଷ୍ୟତରେ କଂଗ୍ରେସ ଆସୁଛି । ସେ ଯୋଗଦେବା ଫଳରେ ପଶ୍ଚିମାଞ୍ଚଳରେ କଂଗ୍ରେସ ଶକ୍ତିଶାଳୀ ହେବା ସହ କଂଗ୍ରେସ ଦଳପ୍ରତି ସମର୍ଥନ ନିଶ୍ଚୟ ବୃଦ୍ଧି ପାଇବ ବୋଲି ଆଶା କରୁଛି ବୋଲି ଦାସ ପ୍ରକାଶ କରିଥିଲେ ।
Former Bargarh MLA Sadhu Nepak returns to Congress
 
ପୂର୍ବତନ ବରଗଡ଼ ବିଧାୟକ ସାଧୁ ନେପାକ କହିଲେ, ପିସିସି ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସହିତ ମୋର ସମ୍ପର୍କ ପୁରୁଣା, ତାଙ୍କ କାର୍ଯ୍ୟଶୈଳୀ ଏବଂ ଚିନ୍ତାଧାରାର ମୁଁ ଜଣେ ପ୍ରଶଂସକ । ତାଙ୍କ ସଂଗ୍ରାମୀ ନେତୃତ୍ୱ ଯୋଗୁଁ ମୁଁ ଦଳକୁ ଫେରି ସଂଗଠନ କରିବାକୁ ମନସ୍ଥ କରିଥିଲି । ଯଦିଓ ମୋର ଦେହ ଅନ୍ୟସ୍ଥାନରେ ଘୁରି ବୁଲୁଥିଲା କିନ୍ତୁ ମୋ ଆତ୍ମା କଂଗ୍ରେସ ଭବନରେ ହିଁ ଥିଲା । ଆଗକୁ ସଭାପତି ଯାହା ଦାୟିତ୍ୱ ନ୍ୟସ୍ତ କରିବେ ମୁଁ ତାହା କାର୍ଯ୍ୟକାରୀ କରି ପାଦରେ ଚାଲି ଚାଲି ସଫଳ କରିବି ବୋଲି ନେପାକ କହିଥିଲେ ।
 
ଉକ୍ତ ମିଶ୍ରଣ ସଭାରେ ପୂର୍ବତନ ବିଧାୟକ ସୁରେଶ ରାଉତରାୟ, ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ଡଃ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, କୋଷାଧକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାଶ, କଂଗ୍ରେସ ଜାତୀୟ ପ୍ରବକ୍ତା ହମିଦ ହୁସେନ, କଂଗ୍ରେସ ନେତ୍ରୀ ସୁନିତା ବିଶ୍ୱାଳ ମଞ୍ଚାସିନ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *