ଆସନ୍ତା ୨୦ ତାରିଖରେ ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ସହିତ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ, ଶ୍ରୀମନ୍ଦିରର ବିଭିନ୍ନ ନୀତି ସମ୍ପର୍କରେ ଆଲୋଚନା ପାଇଁ ଶ୍ରୀମନ୍ଦିର ସେବାୟତଙ୍କ ସହ ଛତିଶା ନିଯୋଗ ବୈଠକ ବସିଥିଲା । ବୈଠକରେ ଜିଲ୍ଲାପାଳ, ଏସ୍ ପି, ବିଭିନ୍ନ ନିଯୋଗର ସେବାୟତ ଉପସ୍ଥିତ ଥିଲେ । ଏହି ବୈଠକରେ ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଇଛି । ଅକ୍ଷୟ ତୃତୀୟା ଦିନ ଅପରାହ୍ନ ୩ଟାରେ ଦ୍ଵାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା ହେବ । ଅପରାହ୍ନ ୩ଟା ୩୦ରେ ଦିଅଁ ବିଜେ ହେବେ ଏବଂ ୪ଟାରେ ରଥ ଆଜ୍ଞାମାଳ ବିଜେ ହେବ । ରାତି ୧୦ଟାରେ ଚନ୍ଦନ ଠାକୁର ବାହୁଡ଼ା ବିଜେ ନେଇ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଇଛି । Post navigation Bobby Das Targets Odisha Govt: ଘର ସାମ୍ନାରେ ଗୁଳିକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ବବି ଦାସଙ୍କ ଟାର୍ଗେଟ୍