Bobby Das targets Odisha Govt over shootout in front of his house
ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ବାସଭବନ ସମ୍ମୁଖରେ ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡକୁ ନେଇ ଦାସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ ଘର ସାମ୍ନାରେ ଗୁଳି ପରିବାର ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ାଇ ଦେଇଛି ବୋଲି ସେ କହିଛନ୍ତି ।
 
ଦାସ ଏହି ଘଟଣାକୁ ଏକ ନୀତିହୀନ ସରକାରରେ ଭୁଷୁଡ଼ି ପଡ଼ିଥିବା ଆଇନ ବ୍ୟବସ୍ଥାର ନଗ୍ନ ଚିତ୍ର ବୋଲି ନିନ୍ଦା କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଅପରାଧୀମାନେ ନିର୍ଭୀକ ହୋଇଯାଇଛନ୍ତି, ଯେତେବେଳେ ସାଧାରଣ ନାଗରିକମାନେ ଚିନ୍ତିତ ଏବଂ ଅସୁରକ୍ଷିତ ହୋଇପଡ଼ିଛନ୍ତି । ଏକ ମୁରବିହୀନ ସରକାରରେ ସାଧାରଣ ଲୋକ ଯେ କେତେ ଭୟଭୀତ ତାହା ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ବୋଲି ସେ କହିଛନ୍ତି ।
 
ଦାସ ସମ୍ପୃକ୍ତ ଲୋକଙ୍କ ଉପରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ଗିରଫ କରିବା ଏବଂ ଭବିଷ୍ୟରେ ଅପରାଧ ରୋକିବା ପାଇଁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଆହ୍ୱାନ କରିଛନ୍ତି । ନଚେତ୍ ସରକାର ଅପରାଧୀଙ୍କୁ ପ୍ରସୟ ଦେଉଛନ୍ତି ବୋଲି ଧରିନିଆଯିବ ବୋଲି ବବି ଦାସ କହିଛନ୍ତି ।
 
କହିରଖୁଛୁ ଯେ, ବବି ଦାସଙ୍କ ବାସଭବନ ସମ୍ମୁଖରେ ଘଟିଥିବା ଗୁଳିକାଣ୍ଡରେ ଜଣେ ଯୁବକ ସୌମ୍ୟ ସାଗର ସାମଲ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ କଟକ ସ୍ଥାନନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଯୁବକଜଣକ ସେହି ନିକଟରେ କୁକୁଡ଼ା ବ୍ୟବସାୟ କରୁଥିଲେ ।

By Nirvay

Leave a Reply

Your email address will not be published. Required fields are marked *